ଓଡିଶା

odisha

ETV Bharat / bharat

SOC ପରିଷଦ ବୈଠକ, ଆଫଗାନିସ୍ଥାନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ଆଜି ତାଜକିସ୍ଥାନରେ ସାଙ୍ଘାଇ ସହଯୋଗ ସଂଗଠନରେ (Shanghai Cooperation Organisation) ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକ ବସିବ । ଯୋଗ ଦେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ...

SOC ପରିଷଦ ବୈଠକରେ ଯୋଗ ଦେବେ ଏସ ଜୟଶଙ୍କର
SOC ପରିଷଦ ବୈଠକରେ ଯୋଗ ଦେବେ ଏସ ଜୟଶଙ୍କର

By

Published : Jul 14, 2021, 11:06 AM IST

Updated : Jul 14, 2021, 11:12 AM IST

ନୂଆଦିଲ୍ଲୀ: ଆଜି ତାଜକିସ୍ଥାନରେ ସାଙ୍ଘାଇ ସହଯୋଗ ସଂଗଠନରେ (Shanghai Cooperation Organisation) ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକ ବସିବ । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିପାରନ୍ତି । ଏହା ସହିତ ମଙ୍ଗଳବାର ଆଫଗାନିସ୍ତାନ ପ୍ରତିପକ୍ଷ ମହମ୍ମଦ ହାନିଫ ଅତମରଙ୍କୁ ଭେଟିଛନ୍ତି ଏସ ଜୟଶଙ୍କର ।

ଜୟଶଙ୍କର ଦୁଇ ଦିନିଆ ତାଜିକ ଗସ୍ତରେ ଯାଇ ମଙ୍ଗଳବାର ତାଜିକର ରାଜଧାନୀରେ ପହଞ୍ଚିଛନ୍ତି । ସାମ୍ପ୍ରତିକ ବିକାଶ ଉପରେ ଆଫଗାନିସ୍ତାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଜୟଶଙ୍କର । ଆଜି ହେବାକୁ ଥିବା ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଚୀନ ଓ ଭାରତ ସୀମାରେ ଚାଲିଥିବା ବିବାଦକୁ ନେଇ ଆଲୋଚନା ହୋଇପାରେ ।

ଏସ ଜୟଶଙ୍କର ତାଜାକିସ୍ତାନର ଦୁଶାନବେରେ ପହଞ୍ଚିଛନ୍ତି ଏବଂ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଦେଶିକ ମନ୍ତ୍ରୀ ପରିଷଦ ଏବଂ ଆଫଗାନିସ୍ତାନ ଉପରେ ଏସସିଓ ଯୋଗାଯୋଗ ଗୋଷ୍ଠୀର ବୈଠକରେ ଯୋଗଦେବା ପାଇଁ ତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି ।

ଆଫଗାନିସ୍ତାନ ସେନା ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ପରେ ଭାରତ କାନ୍ଦାହାରରେ ଥିବା କନସୁଲେଟରୁ ପ୍ରାୟ 50 କୂଟନୀତିଜ୍ଞ ଏବଂ ସୁରକ୍ଷା କର୍ମୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଫଗାନିସ୍ତାନର ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଏକ ପ୍ରମୁଖ ଅଂଶୀଦାର ହୋଇଛି । ଆଫଗାନିସ୍ତାନର ନେତୃତ୍ବାଧୀନ, ଆଫଗାନିସ୍ତାନ ମାଲିକାନା ଏବଂ ଆଫଗାନିସ୍ତାନ ନିୟନ୍ତ୍ରିତ ଏକ ନୂତନ ଶାନ୍ତି ଏବଂ ପୁନଃନିର୍ମାଣ ପ୍ରକ୍ରିୟାକୁ ଭାରତ ସମର୍ଥନ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 14, 2021, 11:12 AM IST

ABOUT THE AUTHOR

...view details