ଓଡିଶା

odisha

ETV Bharat / bharat

RajyaSabha: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର - ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଏସ ଜୟଶଙ୍କର

ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଥିବା ସାଂସଦଙ୍କ ମଧ୍ୟରେ ବିଜେପିରୁ ରହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜଯଶଙ୍କର, ସାଂସଦ ଦିନେଶ ଚନ୍ଦ୍ର ଜେମଲଭାଇ ଓ ଜୁଗଲ ସିଂ ମାଥୁର । ସେହିପରି ଟିଏମସିରୁ ରହିଛନ୍ତି ଡେରେକ ଓ ବ୍ରାୟନ, ଶୁଭେନ୍ଦୁ ଶେଖର ରାୟ, ଡୋଲା ସେନ, ନାଗେନ୍ଦ୍ର ରାୟ, ପ୍ରକାଶ ଚିକ ବଡାଇଇକ, ସମିଋଲ ଇସଲାମ, କେଶରୀ ଦେଓ ସିଂ, ଦିଗବିଜୟ ସିଂ ଝାଲା, ବାବୁଭାଇ ଦେଶାଇ । ଅଧିକ ପଢନ୍ତୁ

ରାଜ୍ୟସଭା ସାଂସଦ  ଭାବେ ଶପଥ ନେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

By

Published : Aug 21, 2023, 8:30 PM IST

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ଆଜି (ସୋମବାର) ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟ ଜୟଶଙ୍କର । ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏସ ଜୟଶଙ୍କରଙ୍କ ସମେତ ଅନ୍ୟ 8 ଜଣ ସଦସ୍ୟଙ୍କୁ ମଧ୍ୟ ଶପଥପାଠ କରାଇଛନ୍ତି ।

ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଥିବା ସାଂସଦଙ୍କ ମଧ୍ୟରେ ବିଜେପିରୁ ରହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜଯଶଙ୍କର, ସାଂସଦ ଦିନେଶ ଚନ୍ଦ୍ର ଜେମଲଭାଇ ଓ ଜୁଗଲ ସିଂ ମାଥୁର । ସେହିପରି ଟିଏମସିରୁ ରହିଛନ୍ତି ଡେରେକ ଓ ବ୍ରାୟନ, ଶୁଭେନ୍ଦୁ ଶେଖର ରାୟ, ଡୋଲା ସେନ, ନାଗେନ୍ଦ୍ର ରାୟ, ପ୍ରକାଶ ଚିକ ବଡାଇଇକ, ସମିଋଲ ଇସଲାମ, କେଶରୀ ଦେଓ ସିଂ, ଦିଗବିଜୟ ସିଂ ଝାଲା, ବାବୁଭାଇ ଦେଶାଇ ।

ଏହାବି ପଢନ୍ତୁ- Rajya Sabha: ସାଂସଦ ଭାବେ ସରିଲା ଜୟଶଙ୍କରଙ୍କ କାର୍ଯ୍ୟକାଳ

ଗତ 18 ତାରିଖରେ ରାଜ୍ୟସଭା ସାଂସଦ ଭାବେ ବୈଦେଶିକ ମନ୍ତ୍ରୀ ଏସ ଜଯଶଙ୍କରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଜଯଶଙ୍କରଙ୍କ ସମେତ ବିଜେପି ସାଂସଦ ଦିନେଶ ଚନ୍ଦ୍ର ଜେମଲଭାଇ, ଜୁଗଲ ସିଂ ମାଥୁର, ତୃଣମୂଳ ସାଂସଦ ଡାରେକ ଓବ୍ରାଏନ, ଶୁଭେନ୍ଦୁ ଶେଖର ରୟ, ଡୋଲା ସେନ, ସୁଷ୍ମିତା ଦେବ, ଶାନ୍ତା ଛେତ୍ରୀ ଓ କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟଙ୍କର ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଥିଲା ।

ଗୁଜୁରାଟରୁ ଏସ ଜଯଶଙ୍କର ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ, ବିଜେପି ଟିକେଟରେ ରାଜ୍ୟରୁ ଅନ୍ୟ ଦୁଇ ଜଣ ସାଂସଦ ଦିନେଶ ଚନ୍ଦ୍ର ଜେମଲଭାଇ ଓ ଜୁଗଲ ସିଂ ମାଥୁର ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ଡେରେକ ଓ ବ୍ରାୟନ, ଶୁଭେନ୍ଦୁ ଶେଖର ରାୟ, ଡୋଲା ସେନ, ନାଗେନ୍ଦ୍ର ରାୟ, ପ୍ରକାଶ ଚିକ ବଡାଇଇକ, ସମିଋଲ ଇସଲାମ ପ୍ରମୁଖ ନିର୍ବାଚିତ ହୋଇ ରାଜ୍ୟସଭା ଆସିଛନ୍ତି ।

ଗୁଜରାଟ, ପଶ୍ଚମବଙ୍ଗ ଓ ଗୋଆରୁ ମୋଟ 10 ଟି ରାଜ୍ୟସଭା ସାଂସଦ ପଦବୀ ଖାଲି ହୋଇଥିଲା । ଏଥିପାଇଁ ଜୁଲାଇ 24 ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା ।

ABOUT THE AUTHOR

...view details