ଓଡିଶା

odisha

ETV Bharat / bharat

ଫାଇଜର ଠାରୁ କମ ମୂଲ୍ୟରେ ମିଳିବ ସ୍ପୁଟନିକ-V, ଜାଣନ୍ତୁ ଦାମ୍‌... - Covid vaccine

ସୂଚନା ଅନୁଯାୟୀ ଋଷର ସ୍ପୁଟନିକ-V ଟୀକାର ମୂଲ୍ୟ ଫାଇଜର ଓ ମୋଡର୍ଣ୍ଣାରୁ କମ ରହିବ ବିଶ୍ବରରେ ପ୍ରଥମ ପଞ୍ଜୀକୃତ ଭ୍ୟାକ୍ସିନର ଅଫିସିଆଲ ଟ୍ବିଚର ହ୍ୟାଣ୍ଡେଲରେ ଦିଆଯାଇଛି ସୂଚନା । ଅଧିକ ପଢନ୍ତୁ...

ଫାଇଜରଠାରୁ କମ ମୂଲ୍ୟରେ ମିଳିବ ସ୍ପୁଟନିକ-V, ଜାଣନ୍ତୁ ଦାମ୍‌...
ଫାଇଜରଠାରୁ କମ ମୂଲ୍ୟରେ ମିଳିବ ସ୍ପୁଟନିକ-V, ଜାଣନ୍ତୁ ଦାମ୍‌...

By

Published : Nov 23, 2020, 6:03 PM IST

ମସ୍କୋ: ସାରା ଦେଶରେ ବ୍ୟାପିଥିବା ମହାମାରୀ କୋରୋନା ମଧ୍ୟରେ ଭ୍ୟାକ୍ସିନକୁ ନେଇ ଆସୁଛି ଖୁସିଖବର । ଖୁବ ଶୀଘ୍ର ଲୋକଙ୍କ ନିକଟରେ ଟୀକା ପହଞ୍ଚିବା ନେଇ ଆଶା କରାଯାଉଥିବା ବେଳେ ଏହାର ମୂଲ୍ୟ କେତେ ହେବ ଏହାକୁ ନେଇ ରହିଛି ସମସ୍ତଙ୍କ ନଜର ।

ସୂଚନା ଅନୁଯାୟୀ ଋଷର ସ୍ପୁଟନିକ-V ଟୀକାର ମୂଲ୍ୟ ଫାଇଜର ଓ ମୋଡର୍ଣ୍ଣାରୁ କମ ରହିବ ବିଶ୍ବରରେ ପ୍ରଥମ ପଞ୍ଜୀକୃତ ଭ୍ୟାକ୍ସିନର ଅଫିସିଆଲ ଟ୍ବିଚର ହ୍ୟାଣ୍ଡେଲରେ ଦିଆଯାଇଛି ସୂଚନା । ତେବେ ପାଇଜରର ପ୍ରତି ଡୋଜର ମୂଲ୍ୟ 19.50 ଡଲାର(1446.17ଟଙ୍କା) ଓ ମୋଡର୍ଣ୍ଣାର ମୂଲ୍ୟ 25ରୁ 37 ଡଲାର(1854.07-2744.02ଟଙ୍କା) ସ୍ଥିର କରାଯାଇଛି । ଅର୍ଥାତ ଜଣେ ବ୍ୟକ୍ତି ହିସାବରେ ଭ୍ୟାକ୍ସିନର ମୂଲ୍ୟ ଯଥାକ୍ରମେ 39 ଡଲାର(2892.34 ଟଙ୍କା) ଓ 50ରୁ 74 ଡଲାର(3708.13-5488.04ଟଙ୍କା) ରହିବ ।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ପୁଟନିକ-V, ଫାଇଜର ଓ ମୋଡର୍ଣ୍ଣାର ଦୁଇ ଡୋଜ ଆବଶ୍ୟକତା ପଡିବ । ତେବେ ସ୍ପୁଟନିକ-Vର ମୂଲ୍ୟ ବାକି ଦୁଇ ଭ୍ୟାକ୍ସିନ ମୂଲ୍ୟଠାରୁ ଯଥେଷ୍ଟ କମ ରହିବ । ଏକ ନ୍ୟୁଜ୍ ଏଜେନ୍ସିକୁ ଋଷର ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଏଫ୍) ର ମୁଖପାତ୍ର କହିଛନ୍ତି ଯେ ଆସନ୍ତା ସପ୍ତାହରେ ଋଷର ଟୀକା ମୂଲ୍ୟ ସାର୍ବଜନୀନ କରାଯିବ ।

ABOUT THE AUTHOR

...view details