ନୂଆଦିଲ୍ଲୀ: ଭାରତରେ କୋରୋନା ଟୀକାକରଣର ଅଭିଯାନକୁ ଗତି ଦେବାକୁ ଦିଲ୍ଲୀର ଆପୋଲ ହସ୍ପିଟାଲକୁ ଆସିସାରିଛି 1000 ସ୍ପୁଟନିକ ଭି ଭ୍ୟାକ୍ସିନ । ରବିବାର 170 ଜଣ ଡକ୍ଟର ରେଡ୍ଡୀ କମ୍ପାନୀ କର୍ମଚାରୀଙ୍କୁ ଲଗାଯାଇଛି ଟିକା । ଏହି 170 ଜଣ ଆପୋଲ ହସ୍ପିଟାଲର କର୍ମଚାରୀ ନୁହଁନ୍ତି ।
ସ୍ପୁଟନିକ ଭି ଏବେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ନାହିଁ । ଏହା କେବଳ ଡକ୍ଟର ରେଡ୍ଡୀ କମ୍ପାନୀର କର୍ମଚାରୀଙ୍କୁ ମିଳୁଛି । କମ୍ପାନୀ ପାଇଁ 1000 ଡୋଜ ଦିଲ୍ଲୀ ଆସିସାରିଛି ।