ଓଡିଶା

odisha

India-Russia Annual Summit; ଡିସେମ୍ବର ୬ରେ ଭାରତ ଆସୁଛନ୍ତି ଭ୍ଲାଦିମିର ପୁଟିନ

ଡିସେମ୍ବର ୬ରେ ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russia President Vladimir Putin) । ଏନେଇ ଆଜି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

By

Published : Nov 26, 2021, 8:16 PM IST

Published : Nov 26, 2021, 8:16 PM IST

India-Russia Annual Summit
India-Russia Annual Summit; ଡିସେମ୍ବର ୬ ରେ ଭାରତ ଆସିବେ ଭ୍ଲାଦିମର ପୁତିନ

ନୂଆଦିଲ୍ଲୀ: ଡିସେମ୍ବର ୬ ରେ ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russia President Vladimir Putin) । ଏନେଇ ଆଜି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି । ଏହି ଅବସରରେ ୨୧ତମ ଇଣ୍ଡୋ-ଋଷିଆ ସମ୍ମିଳନୀ (21st India-Russia Annual Summit)ରେ ଯୋଗଦେବେ।

ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି, ଯେ ଆସନ୍ତା ଡିସେମ୍ବର ୬ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହା ସହ ୨୧ତମ ଇଣ୍ଡୋ-ଋଷିଆ ସମ୍ମିଳନୀରେ ମଧ୍ୟ ଯୋଗଦେବେ । ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଫୋକସ୍‌ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ସହ 7.5 ଲକ୍ଷ AK 203 ଆସଲ୍ଟ ରାଇଫଲ ଉତ୍ପାଦନ ପାଇଁ ଋଷ ସହିତ 5,000 କୋଟିରୁ ଅଧିକ ମୂଲ୍ୟର ଚୁକ୍ତି ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି ।

ତେବେ ବିଶେଷ କରି ଚଳିତ ବୈଠକରେ S୪୦୦ ଯୁଦ୍ଧ ମିଶାଇଲ ସିଷ୍ଟମକୁ ନେଇ ଉଭୟ ଦେଶ ମଧ୍ୟରେ ଶେଷ ସ୍ପର୍ଶ ଦିଆଯିବାର ସମ୍ଭାବନା ରହିଛି । ଏହା ସହ ବିଶ୍ବସ୍ତରୀୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ । ଗ୍ଲୋବାଲ ୱାର୍ମିଂ, G20 ସମ୍ମିଳନୀ, ଆତଙ୍କବାଦୀ ସମସ୍ୟା ଉପରେ ଆଲୋଚନା କରିବେ ପିଏମ ମୋଦି ଓ ପୁଟିନ ।

ଭାରତ ଓ ଋଷ ଦୁଇ ଦେଶର ବନ୍ଧୁତା ଦୀର୍ଘ ଦଶନ୍ଧି ଧରି ରହିଛି । ପୁଟିନଙ୍କ ଗସ୍ତରେ ଭାରତ ଓ ଋଷ ମଧ୍ୟରେ ବାଣିଜ୍ୟ ଓ ବୈଷୟିକଜ୍ଞାନ କୌଶଳକୁ ନେଇ ଚୁକ୍ତି ସ୍ବାକ୍ଷରିତ କରାଯିବ ବୋଲି ଜଣାପଡିଛି । ସୂଚନାଥାଉକି ଗତବର୍ଷ କୋରୋନା ମହାମାରୀ ଯୋଗୁଁ ଏହି ବୈଠକ ସ୍ଥଗିତ ରଖାଯାଇଥିଲା ।

ABOUT THE AUTHOR

...view details