ରାଞ୍ଚି:ଭାରତ ଓ ଋଷ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ଅନେକ କାହାଣୀ ରହିଛି । ଏଥିସହ ୟୁକ୍ରେନ ଓ ଋଷ ଯୁଦ୍ଧ ଜାରି ରହିଥିବା ସତ୍ତ୍ବେ ଆମେରିକାର ଚାପ ମଧ୍ୟ ଏହି ବନ୍ଧୁତ୍ୱ ଉପରେ କୌଣସି ପ୍ରଭାବ ପଡି ନାହିଁ । ବର୍ତ୍ତମାନ ଏହି ବନ୍ଧୁତା ଆହୁରି ମଜବୁତ ହୋଇଛି ।
ତେବେ ଝାଡଖଣ୍ଡର ହଜାରିବାଗର ନ୍ୟୁ ଏରିଆ ଷ୍ଟ୍ରିଟ୍ ନମ୍ବର ୨ର ରହୁଥିବା ଅମିତ ଅଭିଷେକ ନିକଟରେ ହଜାରିବାଗରେ ଋଷର ସେନିଆକୁ ବିବାହ କରିଛନ୍ତି । ଏହି ବାହାଘର ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସେନିଆ ହେଉଛନ୍ତି, ଋଷ ନୌସେନାର ଜଣେ ଅଧିକାରୀଙ୍କ ଝିଅ । ଏହି ଦୁଇ ଜଣ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବାହା ହୋଇଛନ୍ତି ।
ସେହିପରି ଅମିତ ଅଭିଷେକଙ୍କ କହିବା ଅନୁଯାୟୀ, ସେନିଆଙ୍କ ସହ ତାଙ୍କର ବନ୍ଧୁତା ୫ ବର୍ଷ ପୂର୍ବେ ହୋଇଥିଲା । ମାତ୍ର ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେବା ପରେ ଦୁହେଁ ପରସ୍ପର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହ ୨୦୧୭ରେ ଅମିତ ଏମବିଏ ପଢିବା ସମୟରେ ଇଣ୍ଟର୍ନସିପ ପାଇଁ ଋଷର ସମାରା ସହରକୁ ଯାଇଥିଲେ । ତେବେ ଏଠାରୁ ଦୁହେଁ ଦେଖା ସାକ୍ଷାତ ହେବା ପରେ ପ୍ରେମ ହୋଇଥିଲା ।