ଓଡିଶା

odisha

By

Published : Apr 5, 2021, 7:28 AM IST

ETV Bharat / bharat

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଋଷିଆ ବୈଦେଶିକ ମନ୍ତ୍ରୀ

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭ୍ରୋଭ । ଗସ୍ତରେ ଦୁଇ ଦେଶ ଭିତରେ ଦ୍ବିପାଖିକ ସମ୍ପର୍କ ବିଷୟରେ ଆଲୋଚନା ହେବ । ଅଧିକ ପଢନ୍ତୁ...

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଋଷିଆର ବୈଦେଶିକ ମନ୍ତ୍ରୀ
ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଋଷିଆର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭ୍ରୋଭ । ଗସ୍ତରେ ଦୁଇ ଦେଶ ଭିତରେ ଦ୍ବିପାଖିକ ସମ୍ପର୍କ ବିଷୟରେ ଆଲୋଚନା ହେବ । ଚଳିତ ବର୍ଷ ଭାରତ ଓ ଋଷିଆ ମଧ୍ୟରେ ବାକି ଥିବା ବାର୍ଷିକ ସମ୍ମିଳନୀର ବିଭିନ୍ନ ଦିଗ ଓ ପ୍ରସ୍ତୁତି ସମୀକ୍ଷା ଉପରେ ଆଲୋଚନା ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଏହି ଗସ୍ତରେ ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ । ଏହା ସହିତ ଭାରତ ଋଷିଆର ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ଏବଂ ପାରସ୍ପରିକ ବୁଝାମଣାରେ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ ।

ଭାରତରେ ଥିବା ରୁଷ ଦୂତାବାସର ଏକ ବିବୃତ୍ତି ଅନୁଯାୟୀ, ବୈଦେଶିକ ବ୍ୟାପାର ଏଜେନ୍ସିର ମୁଖ୍ୟମାନେ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି, ଚଳିତ ବର୍ଷ ମହାମାରୀ ବିରୋଧରେ ସଂଗ୍ରାମରେ ସହଯୋଗ ସମେତ ଆଗାମୀ ଉଚ୍ଚସ୍ତରୀୟ ବୈଠକର ପ୍ରସ୍ତୁତି ବିଷୟରେ ଆଲୋଚନା କରିବେ। ଜାତିସଂଘ, ବ୍ରିକ୍ସ ସମେତ ଅନ୍ତର୍ଜାତୀୟ ସ୍ତରରେ ଋଷିଆ ଏବଂ ଭାରତ ମଧ୍ୟରେ ପାରସ୍ପରିକ ସମ୍ପର୍କର ଆଭିମୁଖ୍ୟ ଆକଳନ, ଆଞ୍ଚଳିକ, ବିଶ୍ବସ୍ତରୀୟ ଏଜେଣ୍ଡାର ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ ।

ଦୁଇ ପକ୍ଷ ଭିତରେ ଏକ ସକ୍ରିୟ ରାଜନୈତିକ ସମ୍ପର୍କ, ବାଣିଜ୍ୟ ଏବଂ ଅର୍ଥନୀତି ତଥା ସାମରିକ ଏବଂ ବୈଷୟିକ ସମ୍ପର୍କ, ବୈଜ୍ଞାନିକ ଓ ସାଂସ୍କୃତିକ ସମ୍ପର୍କରେ ଉନ୍ନତି ଆଣିବ । ଦୂର ପୂର୍ବ ଏବଂ ଋଷିଆ ଅନ୍ୟାନ୍ୟ ଅଞ୍ଚଳରେ ଭାରତ ବ୍ୟବସାୟ ପ୍ରତି ଆଗ୍ରହ ବଢୁଛି । ଭାରତ ଗସ୍ତ ପରେ ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭ୍ରୋଭ ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ।

@ANI

ABOUT THE AUTHOR

...view details