ମସ୍କୋ:ଯେଉଁ ଲକ୍ଷ୍ୟ ନେଇ ୟୁକ୍ରେନ ଉପରେ ଋଷ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ସେ ଲକ୍ଷ୍ୟ ହାସଲ ନକରିବା ଯାଏଁ ଅଭିଯାନ ବନ୍ଦ କରିବ ନାହିଁ । ଆଜି ଏନେଇ ଋଷ ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ସୂଚନା ଦେଇଛନ୍ତି । ସରୋଜ ଶୋଏଗୁ କହିଛନ୍ତି ୟୁକ୍ରେନ ସୀମାରେ ପଶ୍ଚିମ ରାଷ୍ଟ୍ର ଗତ କିଛି ବର୍ଷ ଧରି ଜାରି ରଖିଥିବା ଅଭିଯାନ ଋଷର ସ୍ବତନ୍ତ୍ରତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ସେଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଆବଶ୍ୟକ ହୋଇପଡିଥିଲା ବୋଲି ମଧ୍ୟ ସେ ମତ ରଖିଛନ୍ତି ।
ୟୁକ୍ରେନ ସୀମାରେ ନାଟୋର ଆଧିପତ୍ୟ ବଢିଲେ ଋଷର ଅଖଣ୍ଡତା ପ୍ରତି ବିଶାଳ ବିପଦ ରହିଛି । ତେଣୁ ଋଷର ଅଖଣ୍ଡତା ବଜାୟ ରଖିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିଲା । ଏପରି ସୂଚନା ପରେ ଏହା ସ୍ପଷ୍ଟ ସଙ୍କେତ ମିଳିସାରିଛି ଯେ, କୌଣସି ପ୍ରକାର ଋଷ ନିଜ ଲକ୍ଷସ୍ଥଳରେ ନପହଞ୍ଚିବା ଯାଏ ଯୁଦ୍ଧ ବନ୍ଦ କରିବ ନାହିଁ । ଗତକାଲି ଯୁଦ୍ଧ ବିରତି ସମ୍ପର୍କରେ ବେଲାରୁଷରେ ଉଭୟ ପକ୍ଷଙ୍କ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଶାନ୍ତି ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ପ୍ରକାର ନିଷ୍କର୍ସ ବାହାରି ପାରିନଥିଲା ।