ଓଡିଶା

odisha

ETV Bharat / bharat

ୟୁକ୍ରେନରେ ଜୈବଅସ୍ତ୍ର ଗବେଷଣା ନେଇ ଋଷର ଦାବିକୁ ଜାତିସଂଘରେ ଆମେରିକାର ଖଣ୍ଡନ

ୟୁକ୍ରେନରେ ଜୈବଅସ୍ତ୍ର ଗବେଷଣା ଜାରି ରହିଥିବା ନେଇ ଋଷର ଅଭିଯୋଗକୁ ଖଣ୍ଡନ କଲା ଆମେରିକା । ଜାତିସଂଘରେ ଏହା ଋଷର ଏକ ପ୍ରପୋଗେଣ୍ଡା ବୋଲି କହିଲେ ୬ ୟୁରୋପୀୟ ଦେଶ । ଅଧିକ ପଢନ୍ତୁ

ୟୁକ୍ରେନରେ ଜୈବଅସ୍ତ୍ର ଗବେଷଣା ନେଇ ଋଷର ଦାବିକୁ ଆମେରିକାର ଖଣ୍ଡନ
ୟୁକ୍ରେନରେ ଜୈବଅସ୍ତ୍ର ଗବେଷଣା ନେଇ ଋଷର ଦାବିକୁ ଆମେରିକାର ଖଣ୍ଡନ

By

Published : Mar 19, 2022, 8:54 PM IST

ଜେନେଭା:ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଜୈବଅସ୍ତ୍ର ଲ୍ୟାବ ଥିବା ନେଇ ଋଷିଆ କରିଆସୁଥିବା ଦାବିକୁ ଖଣ୍ଡନ କରିଛି ଆମେରିକା । ଏପରି ଅଭିଯୋଗ ଆଣି ଜାତିିସଂଘ ସୁରକ୍ଷା ପରିଷଦରେ ଋଷ ଏକ ମିଛ ପ୍ରପୋଗେଣ୍ଡା ସୃଷ୍ଟି କରିବାରେ ଲାଗିଥିବା କହିଛନ୍ତି ଆମେରିକା ସମେତ ୬ ୟୁରୋପୀୟ ରାଷ୍ଟ୍ର ।

ୟୁକ୍ରେନରେ ଜୈବିକ ଅସ୍ତ୍ରର ଗବେଷଣା ଜାରି ରହିଥିବା ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଦାବି କରିଥିଲା ଋଷ । ତେବେ ୟୁକ୍ରେନରେ ସେମିତି କିଛି ନ ଥିବାବେଳେ ଋଷ କେବଳ ଭିତ୍ତିହୀନ ଓ ମିଛ ପ୍ରପୋଗେଣ୍ଡା ସୃଷ୍ଟି କରିବାରେ ଲାଗିଛି ବୋଲି ଏହି ପଶ୍ଚିମ ଦେଶସମୂହ ମତ ପ୍ରକାଶ କରିଛନ୍ତି ।

ଋଷର ଏପରି ଅଭିଯୋଗକୁ ନେଇ ୬ ପଶ୍ଚିମ ରାଷ୍ଟ୍ରଙ୍କ ପକ୍ଷରୁ ରଖାଯାଇଥିବା ମତାମତର ସମ୍ମିଳିତ ବିବୃତ୍ତି ପରିଷଦ ବୈଠକରେ ଆମେରିକାର ରାଷ୍ଟ୍ରଦୂତ ଲିନ୍ଦା ଥୋମାସ ଗ୍ରୀନଫିଲ୍ଡ ଉପସ୍ଥାପନା କରିଥିଲେ । ଋଷର ଏପରି ସାଙ୍ଘାତିକ ଅଭିଯୋଗକୁ ତୀବ୍ର ବିରୋଧ କରିବା ତାଲିକାଭୂକ୍ତ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସ, ନରଓ୍ବେ, ଆମେରିକା, ଆଲବାନିଆ, ଆୟରଲ୍ୟାଣ୍ଡ ଓ ବ୍ରିଟେନ ରହିଛନ୍ତି ।

ଗତକାଲି (ଶୁକ୍ରବାର) ବୈଠକରେ ଋଷର ଏପରି ଅଭିଯୋଗକୁ ଅମୂଳକ ଦର୍ଶାଇବା ସହ ୟୁକ୍ରେନ ସେପରି କିଛି କାର୍ଯ୍ୟକ୍ରମ ଜାରି ରଖିନଥିବା ଆମେରିକା ସିଧାସଳଖ କହିଛି । ଋଷ ୟୁକ୍ରେନ ବରୋଧରେ ମିଛ ପ୍ରପୋଗେଣ୍ଡା ସୃଷ୍ଟି କରିବାରେ ଲାଗିଥିବା ବେଳେ ୟୁକ୍ରେନ ବିରୋଧରେ ରାସାୟନିକ ଓ ବାୟୋଲୋଜିକାଲ ଅସ୍ତ୍ର ବ୍ୟବହାର କରିବାକୁ ଉଦ୍ଦେଶ୍ୟ ରଖିଥିବା ମଧ୍ୟ କହିଛି ଆମେରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details