ମସ୍କୋ:ଜାରି ରହିଥିବା ଯୁଦ୍ଧ ଓ ବଶ୍ବ ସମୂଦାୟର ତମାମ କଟକଣା ସତ୍ତ୍ବେ ମଧ୍ୟ ପଛକୁ ହଟୁନି ଋଷ । ଆଜି ଆଉ ଏକ ଅତ୍ୟାଧୁନିକ କ୍ଷେପାଣାସ୍ତ୍ର ‘ସରମାଟ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମସାଇଲ (Sarmat intercontinental ballistic missile) ସଫଳତାର ସହ ପରୀକ୍ଷଣ କରିଛି ଋଷ । ପରୀକ୍ଷଣ ସଫଳ ହୋଇଥିବା ନିଜେ ରାଷ୍ଟ୍ରପତି ପୁଟିନ ଘୋଷଣା କରିବା ଭିନ୍ନ ଢଙ୍ଗରେ ବିରୋଧୀ ଓ ଶତ୍ରୁଙ୍କୁ କଡା ଚେତାବନୀ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।
ପରୀକ୍ଷଣର ସଫଳତା ନେଇ ପୁଟିନ କହିଛନ୍ତି, ଏହି ନୂତନ କ୍ଷେପଣାସ୍ତ୍ର ଆଣବିକ ଅସ୍ତ୍ର ସହ ଦୂରଗାମୀ ଉତକ୍ଷେପଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଋଷକୁ ଧମକ ଦେଉଥିବା ବା ଋଷର ସୁରକ୍ଷା ପ୍ରତି ଆହ୍ବାନ ସୃଷ୍ଟି କରୁଥିବା ରାଷ୍ଟ୍ରମାନେ ଦୁଇ ଥର ଭାବିବା ଉଚିତ । ଫେବୃଆରୀ 24ରେ ଋଷ ୟୁକ୍ରେନରେ ସ୍ବତନ୍ତ୍ର ସାମରିକ ଅଭିଯାନ ଆରମ୍ଭ କରିିଥିଲା । ୟୁକ୍ରେନ ଉପରେ ଏକାଧିକ ମିସାଇଲ ମାଡ କରି ବ୍ୟାପକ କ୍ଷୟକ୍ଷତି କରିସାରିଛି ଋଷ । ପରେ ବିଶ୍ବ ସମୂଦାୟ ଋଷ ଉପରେ ଏକାଧିକ କଟକଣା ଲାଗୁ କରିବା ସହ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଆସୁଛନ୍ତି ।