ଓଡିଶା

odisha

ETV Bharat / bharat

Ukraine War: କ୍ରୀଡାଜଗତରୁ ଋଷକୁ ବଡ ଝଟକା - World Rugby suspends Russia from all international activities

ବିଶ୍ବ ରଗବୀ, ଋଷ ଟିମକୁ ସମସ୍ତ ମ୍ୟାଚରୁ ନିଲମ୍ବନ କରିବା ସହିତ ପ୍ରସାରଣ ଉପରେ ବ୍ୟାନ ଲଗାଇଛି । ସେହିଭଳି ଫିଫା ଏବଂ ୟୁଏଇଏଫ ମଧ୍ୟ ଋଷକୁ ସମସ୍ତ ପ୍ରତିଯୋଗୀତାରୁ ବାଦ ଦେଇଛନ୍ତି । ଅଧିକ ପଢନ୍ତୁ

ବିଶ୍ବ ରଗବୀ ଋଷକୁ ସମସ୍ତ ଆନ୍ତର୍ଜାତୀୟ କାର୍ଯ୍ୟକଳାପରୁ ନିଲମ୍ବିତ କରିଛି
ବିଶ୍ବ ରଗବୀ ଋଷକୁ ସମସ୍ତ ଆନ୍ତର୍ଜାତୀୟ କାର୍ଯ୍ୟକଳାପରୁ ନିଲମ୍ବିତ କରିଛି

By

Published : Mar 1, 2022, 11:44 AM IST

ଡବଲିନ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଋଷ ଉପରେ ଲଗାଯାଉଛି ଗୋଟେ ପରେ ଗୋଟେ କଟକଣା । ଏହା ମଧ୍ୟରେ ଆଉ ଏକ ଝଟକା ଲାଗିଛି ଋଷକୁ । ଆଜି ବିଶ୍ବ ରଗବି(World Rugby), ଫିଫା(FIFA) ଏବଂ ୟୁଏଇଏଫଏ (UEFA) ଋଷକୁ ମିଳିତ ଝଟକା ଦେଇଛନ୍ତି ।

ସୂଚନାନୁସାରେ ବିଶ୍ବ ରଗବୀ, ଫିଫା (FIFA) ପରିଷଦ ଏବଂ ୟୁଏଇଏଫ୍(UEFA) ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ବିଶ୍ବ ରଗବୀ, ଋଷ ଟିମକୁ ସମସ୍ତ ମ୍ୟାଚରୁ ନିଲମ୍ବନ କରିବା ସହିତ ପ୍ରସାରଣ ଉପରେ ବ୍ୟାନ ଲଗାଇଛି । ସେହିଭଳି ଫିଫା ଏବଂ ୟୁଏଇଏଫ ମଧ୍ୟ ଋଷକୁ ସମସ୍ତ ପ୍ରତିଯୋଗୀତାରୁ ବାଦ ଦେଇଛନ୍ତି । ଫଳରେ ଫିଫା ଏବଂ ୟୁଏଇଏଫର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବ ନାହିଁ ଋଷ ।

ବିଶ୍ବ ରଗବୀ କାର୍ଯ୍ୟନିର୍ବାହୀ କମିଟି ରଗବି ପରିବାରର ସୁରକ୍ଷା ପାଇଁ ତୁରନ୍ତ ଅତିରିକ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସୁପାରିଶ ଅନୁଯାୟୀ ଏହି ବିବାଦ ବିରୋଧରେ ଦୃଢ ଆଭିମୁଖ୍ୟ ଗ୍ରହଣ କରିଛି । ଏହି ବିବୃତ୍ତିରେ କୁହାଯାଇଛି ଯେ ସମସ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତା କାର୍ଯ୍ୟକଳାପରୁ ଋଷ ଏବଂ ବେଲାଋଷକୁ ସମ୍ପୂର୍ଣ୍ଣ ଏବଂ ତୁରନ୍ତ ନିଲମ୍ବନ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କରାଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଶ୍ବ ଏକତା, ଅଖଣ୍ଡତା ଏବଂ ସମ୍ମାନର ମୂଲ୍ୟବୋଧର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

@ANI

ABOUT THE AUTHOR

...view details