ନୂଆଦିଲ୍ଲୀ: ପୁଣି ଭାରତୀୟ ସେନାକୁ ଡରିବ ଶତ୍ରୁପକ୍ଷ । ସେନାକୁ ମିଳିବ ଋଷର ଘାତକ ମିସାଇଲ୍ ସିଷ୍ଟମ ଏସ୍-୪୦୦ । ଋଷ୍ ଏହି ଶକ୍ତିଶାଳୀ ଯୁଦ୍ଧାସ୍ତ୍ରକୁ ଭାରତକୁ ପଠାଇଛି । ଏନେଇ ଫେଡେରାଲ୍ ସର୍ଭିସ୍ ଫର୍ ମିଲିଟାରି-ଟେକ୍ନିକାଲ୍ କୋଅପରେସନ୍(FSMTC) ସୂଚନା ଦେଇଛି ।
ଭାରତୀୟ ପ୍ରତିରକ୍ଷା ବିଭାଗ ସୂଚନା ଅନୁଯାୟୀ, ଋଷ ପଠାଇଥିବା ଘାତକ ମିସାଇଲ ପ୍ରଥମେ ପଶ୍ଚିମ ସୀମାରେ ନିୟୋଜିତ ହେବ । ପଶ୍ଚମ-ଉତ୍ତର ସୀମାରେ ଥିବା ଉଭୟ ଚୀନ ଏବଂ ପାକିସ୍ତାନ ଶତ୍ରୁପକ୍ଷଙ୍କୁ ଭୟ ପ୍ରଦାନ କରିବ । ଏହି ଯୁଦ୍ଧାସ୍ତ୍ର ପାଇଁ ଭାରତ ଋଷକୁ ୩୫ ହଜାର କୋଟି ଭାରତୀୟ ମୁଦ୍ରା ଦେଇଛି । ତେବେ ଏଥିପାଇଁ ୨୦୧୮ ଅକ୍ଟୋବରରେ ରୁଷ୍ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଋଷ ସହିତ ଦୀର୍ଘ ଦିନ ଧରି ପ୍ରତିରକ୍ଷା ସମ୍ପର୍କ ପାଇଁ ଭାରତ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲା ।