ଓଡିଶା

odisha

ETV Bharat / bharat

Afghanistan Crises; ଆଜି NSA ଡୋଭାଲଙ୍କୁ ଭେଟିବେ ଋଷ ପ୍ରତିପକ୍ଷ - ଜେନେରାଲ ନିକୋଲଏ ପିଟ୍ରୁଶେବ

ଭାରତ ଗସ୍ତବେଳେ ନିକୋଲଏ ନିଜ ପ୍ରତିପକ୍ଷ ତଥା ଏନଏସଏ ଅଜିତ ଡୋଭାଲଙ୍କୁ ଆଜି ସାକ୍ଷାତ କରିବେ । ସେହିପରି ଗସ୍ତକାଳରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୈଦେଶିକ ସଚିବ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

NSA ଡୋଭାଲ
NSA ଡୋଭାଲ

By

Published : Sep 8, 2021, 11:56 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଫଗାନିସ୍ତାନ ପ୍ରସଙ୍ଗରେ ଏକ ଦ୍ବିପାକ୍ଷିକ ସମିତି ଗଠନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହାର ଠିକ ୨ ସପ୍ତାହ ପରେ ଆଗାମୀ ରଣନୀତି ପ୍ରସ୍ତୁତ କରିବା ଓ ଆଗାମୀ ରଣନୀତି ଉଭୟ ଦେଶର କଣ ହେବ ତାହା ଆଲୋଚନା ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ଋଷ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଜେନେରାଲ ନିକୋଲଏ ପିଟ୍ରୁଶେବ ।

ଭାରତ ଗସ୍ତବେଳେ ନିକୋଲଏ ନିଜ ପ୍ରତିପକ୍ଷ ତଥା ଏନଏସଏ ଅଜିତ ଡୋଭାଲଙ୍କୁ ଆଜି ସାକ୍ଷାତ କରିବେ । ସେହିପରି ଗସ୍ତକାଳରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୈଦେଶିକ ସଚିବ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଜେନେରାଲ ନିକୋଲଏ ପିଟ୍ରୁଶେବ ଆଜି ଅଜିତ ଡୋଭାଲଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ । ବୈଠକରେ ବିଶେଷତ୍ବ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ହେବ । ତେବେ ଭାରତ-ଋଷ ଉଭୟ ମିତ୍ର ରାଷ୍ଟ୍ର ହୋଇଥିବା ବେଳେ ଆଫଗାନ ସ୍ଥିତିକୁ ନେଇ କିନ୍ତୁ ଭିନ୍ନ ଭିନ୍ନ ରାସ୍ତାରେ ଯିବାର ଆଶଙ୍କା ରହିଛି । ଫଳରେ ଏହାକୁ ନେଇ ଉଭୟ ଦେଶ ଆଗୁଆ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି ।

ଏହି ବୈଠକ ବାଦ ଆଗାମୀ ୧୦ ଦିନ ମଧ୍ୟରେ ହେବାକୁ ଥିବା ବ୍ରିକ୍ସ( ବ୍ରାଜିଲ, ଋଷ, ଭାରତ, ଚୀନ ଦକ୍ଷିଣ ଆଫ୍ରିକା) ଓ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଭଳି ମହତ୍ତ୍ବପୂର୍ଣ୍ଣ ବୈଠକରେ ଉଭୟ ଦେଶ ପୁଣି ଥରେ ପରସ୍ପର ସହ ଆଲୋଚନା କରିବେ। ଆସନ୍ତାକାଲି (ଗୁରୁବାର) ହେବାକୁ ଥିବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ଭାଗ ନେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ଋଷ ରାଷ୍ଟ୍ରପତି ମଧ୍ୟ ସାମିଲ ହେବେ । ଏହାସହ ଆସନ୍ତା ୧୬-୧୭ ରେ ଏସସିଓ ଶିଖର ସମ୍ମିଳନୀ ମଧ୍ୟ ଆୟୋଜିତ ହେଉଛି । ଏହି ବୈଠକରେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ଋଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଭେଟଘାଟ ହେବ ।

ତେବେ ଋଷ -ଭାରତର ଏହି ଲଗାତାର ଉଚ୍ଚସ୍ତରୀୟ ବୈଠକ ପରେ ଆଫଗାନ ସ୍ଥିତି ନେଇ କଣ ପଦକ୍ଷେପ ନେଉଛନ୍ତି ଓ ଆଗକୁ ଉଭୟ ଦେଶର ସମ୍ପର୍କ କେଉଁ ସ୍ତରକୁ ଯାଉଛି ତାହାକୁ ଅପେକ୍ଷା ।

@ANI

ABOUT THE AUTHOR

...view details