ବାଡମେର: ଅତ୍ୟନ୍ତ ସଂଘର୍ଷଭରା ରହିଛି ରୁମା ଦେବୀଙ୍କ ବାଲ୍ୟ ଜୀବନ । ଅଧିକ ପାଠ ପଢିନଥିଲେ ବି ଏମ୍ବ୍ରୋଡେରୀ ସିଲେଇରେ ପାରଙ୍ଗମ ରୁମା । ଯାହାରି ବଳରେ ସେ ଆଜି ବାଡମେରର ଏକ ଛୋଟ ଗାଁରୁ ହାବାର୍ଡ ୟୁନିଭରସିଟିରେ ଉଦବୋଧନ ଦେଇ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । କସିଦେ ଡିଜାଇନରୁ ଆରମ୍ଭ କରିଥିବା ରୁମା ଦେବୀ ବଡ ବଡ ଡିଜାଇନର୍ସଙ୍କ ସହ ଦେଶ ବିଦେଶରେ ଫ୍ୟାସନ ଶୋ କରିଛନ୍ତି । ଯେଉଁଥିରେ ତାଙ୍କ ଟିମ ଦ୍ବାରା ତିଆରି ବସ୍ତ୍ରକୁ ଡିଜାଇନର ଓ ମଡେଲ୍ସ ପ୍ରସ୍ତୁତ କରିଛନ୍ତି ।
ରୁମା ଦେବୀ କୁହନ୍ତି କି, ପ୍ରତିଟି କାମ କରିବାକୁ ସଂଘର୍ଷ ଦରକାର ପଡିଥାଏ । ଆଉ ସେହି ସଂଘର୍ଷକୁ ପାର କରିବା ପରେ ଯାହା ଫଳ ମିଳିଥାଏ , ତାହାକୁ ସମ୍ମାନ ବି ମିଳେ । ଏସବୁ ଦ୍ବାରା ଆମର ଭଉଣୀଙ୍କୁ କାମ ବି ମିଳୁଛି ।
ରୁମା ଦେବୀଙ୍କ ଜନ୍ମ ବାଡମେରର ଏକ ଛୋଟ ଗାଁ ରାୱତସରରେ 1988ରେ ହୋଇଥିଲା । ଯେବେ ସେ 4 ବର୍ଷର ଥିଲେ, ସେତେବେଳେ ତାଙ୍କ ମାଁଙ୍କ ମୃତ୍ୟୁ ହୋଇଥିଲା । ଅଷ୍ଟମ ଯାଏଁ ଯାହିଁ ତାହିଁ ଶିକ୍ଷା ଗ୍ରହଣ ପରେ ଅନ୍ୟ ଲକ୍ଷାଧିକ ଝିଅ ଭଳି ତାଙ୍କୁ ବି ସ୍କୁଲକୁ ଅଲଗା କରିଦିଆଗଲା, ଆଉ ବାନ୍ଧିଦିଆଗଲା ବିବାହ ବନ୍ଧନରେ । ଏପଟେ ଶ୍ବଶୁର ଘରର ଆର୍ଥିକ ସ୍ଥିତି ଦୁର୍ବଳ ରହିଥିବାକୁ ଚିକିତ୍ସା କରାଇନପାରି ସେ ନିଜ ନବଜାତକ ପୁଅକୁ ହରାଇବସିଲେ । ଆଉ ତା ପରେ ସେ କିଛି କରି ଦେଖାଇବାକୁ କଲେ ପଣ । ବାସ ତା ପରଠୁ ଆଉ ପଛକୁ ଚାହିଁ ନାହାନ୍ତି । ଯାହାର ପରିଣାମ ଆଜି ସେ ନିଜେ ସ୍ବାବଲମ୍ବୀ ସହ 22 ହଜାର ମହିଳାଙ୍କୁ ଦେଇଛନ୍ତି ରୋଜଗାର ।