ପାଟଣା: ବିହାର ବୋତିଆରେ ଡିଜେ ବଜାଇବାକୁ ନେଇ ହୋଇଥିବା ବିବାଦ ବଢିବାରେ ଲାଗିଛି । ଏହି ଘଟଣାରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପୋଲିସ ମାଡ କାରଣରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ସେପଟେ ଗ୍ରାମବାସୀଙ୍କ ପାଲଟା ଆକ୍ରମଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ପୋଲିସ ଅଧିକାରୀ ଗୁରୁତର ହୋଇଛନ୍ତି ।
ସୂଚନାଅନୁସାରେ, ବାଲଥର ପୋଲିସ୍ ଷ୍ଟେସନ ଆର୍ଜନାଗର ଗାଁ ହୋଲିରେ ଡିଜେ ବଜାଇ ଉତ୍ସବ ପାଳନ କରାଯାଉଥିଲା । ଏହାପରେ ସିକଟା ବିଡିଏ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡିଜେ ନ ବଜାଇବାକୁ କହି ଡିଜେ ବଜାଉଥିବା ଯୁବକଙ୍କୁ ପୋଲିସ ଷ୍ଟେସନକୁ ନେଇଯାଇଥିଲେ । ଯେଉଁଠାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ଅନିରୁଦ୍ଧ ଯାଦବ । ପୋଲିସ ମାଡ ମାରିବାକୁ ଅନିରୁଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମାତ୍ର ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ ।