ଓଡିଶା

odisha

ETV Bharat / bharat

ପାଟନା ପରିବର୍ତ୍ତେ ବାରାଣାସୀରେ ଅବତରଣ କଲା ବିମାନ, ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା - ପାଟନା ପରିବର୍ତ୍ତେ ବାରଣାସୀରେ ଅବତରଣ କଲା ବିମାନ

ଖରାପ ପାଗ ଯୋଗୁଁ ପାଟନା ପରିବର୍ତ୍ତେ ବାରାଣାସୀରେ ଅବତରଣ କଲା ବିମାନ । ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା । ଅଧିକ ପଢନ୍ତୁ

SpiceJet flight gets delayed
SpiceJet flight gets delayed

By

Published : May 26, 2023, 3:25 PM IST

ପାଟନା: ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଭରିଥିଲା ସ୍ପାଇସ ଜେଟ ବିମାନ । କିନ୍ତୁ ଖରାପ ପାଗ ଯୋଗୁଁ ପାଟନା ପରିବର୍ତ୍ତେ ବାରାଣାସୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବିମାନ । ଗୋଟିଏ ଦିନ ପରେ ଅନ୍ୟ ଏକ ବିମାନରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ଯାତ୍ରୀ । ଯାହାକୁ ନେଇ ପାଟନା ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ଏୟାରଲାଇନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଗତକାଲି(ଗୁରୁବାର) ନୂଆଦିଲ୍ଲୀରୁ ପାଟନା ଅଭିମୁଖେ SG 471 ସ୍ପାଇସଜେଟ୍‌ ବିମାନ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ପାଟନା ପରିବର୍ତ୍ତେ ବାରାଣାସୀ ବିମାନ ବନ୍ଦରରେ ଅବତରଣ କରିଥିଲା ସ୍ପାଇସଜେଟ୍‌ ବିମାନ । ଖରାପ ପାଗ ଯୋଗୁଁ ବିମାନଟି ବାରାଣାସୀରେ ଲ୍ୟାଣ୍ଡିଂ କରିଥିଲା । ସେହି ବିମାନଟି ପୁଣି ଥରେ ପାଟନାରୁ ଦିଲ୍ଲୀକୁ ଫେରିଛି ।

SG 471 ସ୍ପାଇସ୍‌ଜେଟ୍‌ ବିମାନ ପାଟନାରେ ସନ୍ଧ୍ୟା 4ଟା 30ରେ ଅବତରଣ କରିବାର ଥିଲା । କିନ୍ତୁ 4ଘଣ୍ଟା ବିଳମ୍ବ ଥିବାରୁ ବିମାନଟି 8ଟା 30ରେ ପହଞ୍ଚିବ ବୋଲି ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ କୁହାଯାଇଥିଲା । କିନ୍ତୁ ବିମାନଟି ପାଟନାରେ ପହଞ୍ଚି ପାରିନଥିଲା । ଶେଷରେ ଏୟାରଲାଇନ୍ସ କମ୍ପାନୀ 10ଟା 15 ମିନିଟ ସମୟରେ ବିମାନଟି ପାଟାନରେ ପହଞ୍ଚିବ ନାହିଁ ଓ ଏହା ସକାଳେ ପହଞ୍ଚିବା ନେଇ ସୂଚନା ଦେଇଥିଲା ।

ବିମାନଟି ବାରଣାସୀରେ ଅବତରଣ ପରେ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କେତେକ ଯାତ୍ରୀ ଘରକୁ ଫେରିଥିବା ବେଳେ ଅଧିକାଂଶ ଯାତ୍ରୀ ବିମାନ ବନ୍ଦରରେ ରାତି କଟାଇଥିଲେ । ଜଣେ ଯାତ୍ରୀ କହିଛନ୍ତି, ''ପାଗ ଭଲ ଥିଲା କିନ୍ତୁ ପାଟନା ପରିବର୍ତ୍ତେ ବାରାଣାସୀରେ ବିମାନକୁ ଅବତରଣ କରାଗଲା । ଆଜି ସକାଳ ସମୟରେ ଯାତ୍ରୀ ଦିଲ୍ଲୀରେ ପହଞ୍ଚିଥିଲେ ।"

ତେବେ ଅନେକ ସମୟରେ ଯାନ୍ତ୍ରୀକ ତ୍ରୁଟି ହେଉ କିମ୍ବା ଖରାପ ପାଗ ବା ପକ୍ଷୀ ମାଡ ହେଲେ ବିମାନ ଗନ୍ତବ୍ୟସ୍ଥଳ ପରିବର୍ତ୍ତେ ଅନ୍ୟ ଏକ ବିମାନ ବନ୍ଦରରେ ଅବତରଣ କରୁଥିବା ଖବର ବାରମ୍ୱାର ସାମ୍ନାକୁ ଆସୁଛି । ଯାହାକୁ ନେଇ ଯାତ୍ରୀ ମଧ୍ୟ ଅସନ୍ତେଷ ବ୍ୟକ୍ତ କରୁଛନ୍ତି । ଗତକାଲି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିଲ୍ଲୀରୁ ବ୍ୟାଙ୍କକ୍‌କୁ ଉଡାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ବିଳମ୍ବର ଯାତ୍ରା ଆରମ୍ଭ କରିଥିଲା । ଉଡାଣ ପୂର୍ବରୁ ବିମାନ ମଧ୍ୟରେ ସାଢେ 7 ଘଣ୍ଟା ଫସି ରହିଥିଲେ ଯାତ୍ରୀ । ବିମାନ ଉଡାଣରେ ବିଳମ୍ବ ସହ ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ମଧ୍ୟ ଦିଆଯାଇନଥିବା ଅଭିଯୋଗ ଆଣିଥିଲେ ଯାତ୍ରୀ । ପ୍ରାୟ 300 ଯାତ୍ରୀ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ କ୍ଷମା ମାଗିଥିଲା ଏୟାର ଇଣ୍ଡିଆ ।

ABOUT THE AUTHOR

...view details