ଓଡିଶା

odisha

କେରଳର ପାଲକ୍କଡରେ RSS ନେତାଙ୍କୁ ହତ୍ୟା

By

Published : Apr 16, 2022, 4:53 PM IST

କେରଳର ପାଲକ୍କଡରେ RSS ନେତାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ । ଗତକାଲି ଆଉ ଜଣେ ମୋର୍ଚ୍ଚା ନେତାଙ୍କୁ କରାଯାଇଥିଲା ହତ୍ୟା । ଭିଜିଲାନ୍ସ ତଦନ୍ତ ଜାରି । ଅଧିକ ପଢନ୍ତୁ

କେରଳର ପାଲକ୍କଡରେ RSS ନେତାଙ୍କୁ ହତ୍ୟା
କେରଳର ପାଲକ୍କଡରେ RSS ନେତାଙ୍କୁ ହତ୍ୟା

ଥିରୁଅନନ୍ତପୁରମ: କେରଳର ପାଲକ୍କଡ ମେଲାଇପୁରୀରେ ଜଣେ RSS ନେତାଙ୍କୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଆରଏସଏସ ନେତା ଶାରିଖ ଶିଖସାନ ପ୍ରମୁଖ ଶ୍ରୀନିବାସନ ବୋଲି ସ୍ପଷ୍ଟ ହୋଇଛି । ଶ୍ରୀନିବାସନ ପାଲକ୍କଡରେ ଏକ ମୋଟର ଦୋକାନ ଚଳାଉଥିଲେ । ଆଜି ଅପରାହ୍ନ ପ୍ରାୟ 1ଟାବେଳେ ସେ ତାଙ୍କ ଦୋକାନ ସମ୍ମୁଖରେ ବସିଥିବାବେଳେ ପ୍ରାୟ 5ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଗତାକାଲି ସୁବିର ନାମକ ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ତେବେ ଗତକାଲିର ହତ୍ୟାକାଣ୍ଡ ସହ ଏହି ହତ୍ୟାକାଣ୍ଡର ସମ୍ପର୍କ ଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଘଟଣାରେ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଥିବାବେଳେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର । ଭିଜିଲାନ୍ସ ଟିମ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details