କୋଲକାତା:ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ। ଆସନ୍ତକାଲି(ଶନିବାର) ମୋହନ ଭାଗବତ ପଶ୍ଚିମବଙ୍ଗରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଏହି ଗସ୍ତ ବେଳେ ସେ 7ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରିହଛି। 2021ରେ ପଶ୍ଚମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ମୋହନ ଭାଗବତ ପଶ୍ଚିମବଙ୍ଗ ରାଜନୀତିରେ ଆହୁରି ସରଗରମ କରିବ ବୋଲି ଚର୍ଚ୍ଚା ଜୋର ଧରିଛି।
ଏହି ଗସ୍ତ ବେଳେ ମୋହନ ଭାଗବତ ଡିସେମ୍ବର 13 ତାରିଖରେ ଆରଏସଏସ କାର୍ଯ୍ୟାଳୟ କେଶବ ଭବନରେ ସ୍ବୟଂସେବକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଏହାଛଡ଼ା ଦକ୍ଷିଣ ଓ ଉତ୍ତର ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସ୍ଥିତି ସମୀକ୍ଷା କରିବେ। ଏନେଇ ମୋହନ ଭାଗବତ ଆଇଏସଏସ ପ୍ରତିନିଧିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେହି ଦିନ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଓ ବିଶ୍ବ ହିନ୍ଦୁ ପରିଷଦ ଓ ବିଜେପି ସଧାରଣ ସଚିବ ଅମିତାଭ ଚକ୍ରବର୍ତ୍ତୀଙ୍କ ଆଲୋଚନା କରିବେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ ମୁଖ୍ୟ। ଏନେଇ ବିଜେପିର ଜଣେ ସୂଚନା ଦେଇଛନ୍ତି।