ଓଡିଶା

odisha

ETV Bharat / bharat

ମୁସଲିମ୍ ନିଜକୁ ଶ୍ରେଷ୍ଠ ଭାବିବା ଛାଡନ୍ତୁ: ମୋହନ ଭାଗବତ - ଭାରତରେ ଇସଲାମ ପ୍ରତି ବିପଦ ନାହିଁ

ଭାରତରେ ଇସଲାମକୁ କୌଣସି ବିପଦ ନାହିଁ । ହେଲେ ସେମାନେ ନିଜକୁ ଶ୍ରେଷ୍ଠ ଭାବିବା ଛାଡିବାକୁ ହେବ । ଏପରି କହିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ଅଧିକ ପଢନ୍ତୁ

ମୋହନ ଭାଗବତ
ମୋହନ ଭାଗବତ

By

Published : Jan 11, 2023, 2:16 PM IST

Updated : Jan 11, 2023, 2:30 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ(RSS Chief Mohan Bhagwat) ଇସଲାମକୁ ନେଇ ବଡ ବୟାନ ଦେଇଛନ୍ତି । RSS ମୁଖ୍ୟ କହିଛନ୍ତି, ''ଦେଶରେ ଇସଲାମ୍ ପ୍ରତି କୌଣସି ବିପଦ ନାହିଁ । ଏଠାରେ ମୁସଲିମ୍ ସମ୍ପ୍ରଦାୟ ଭୟ କରିବାର ଆବଶ୍ୟକତା ନାହିଁ । ହେଲେ 'ଆମେ ଶ୍ରେଷ୍ଠ', ଏହି ଭାବନା ସେମାନଙ୍କୁ ଛାଡିବାକୁ ହେବ ।'' ଅର୍ଗାନାଇଜର ଓ ପାଞ୍ଚଜନ୍ୟ ପତ୍ରିକା ସହ ସାକ୍ଷାତକାର ସମୟରେ ମୋହନ ଭାଗବତ ଏହି କଥା କହିଛନ୍ତି ।

ସେ କହିଛନ୍ତି ଯେ,''ହିନ୍ଦୁ ଆମର ପରିଚୟ । ଏହା ସମସ୍ତଙ୍କୁ ଆପଣାର ଭାବେ ଓ ସାଙ୍ଗରେ ନେଇ ଆଗକୁ ବଢିଥାଏ । ହିନ୍ଦୁସ୍ତାନ, ହିନ୍ଦୁସ୍ତାନ ହୋଇ ରହିବା ଦରକାର । ଏହାଦ୍ବାରା ଆଜି ଭାରତରେ ଯେଉଁ ମୁସଲିମ୍ ରହିଛନ୍ତି, ସେମାନଙ୍କ ପ୍ରତି କୌଣସି ବିପଦ ନାହିଁ । ଯଦି ସେମାନେ ଏଠାରେ ରହିବାକୁ ଚାହୁଁଛନ୍ତି ତେବେ ରୁହନ୍ତୁ । ପୂର୍ବଜଙ୍କ ପାଖକୁ ଫେରିବାକୁ ଚାହୁଁଥିଲେ ଆସନ୍ତୁ ଏହା ସେମାନଙ୍କ ଉପରେ ନିର୍ଭର କରେ । ଭାରତରେ ଇସଲାମ ପ୍ରତି କୌଣସି ବିପଦ ନାହିଁ । ହେଲେ ଆମେ ବଡ, ଗୋଟିଏ ସମୟରେ ଆମେ ରାଜା ଥିଲୁ ଇତ୍ୟାଦି ବିଚାରଧାରା ଛାଡିବା ଉଚିତ୍ । ଏପରିକି କୌଣସି ହିନ୍ଦୁ ମଧ୍ୟ ଏହିଭଳି ବିଚାରଧାରା ରଖୁଥିଲେ ସେ ଏହାକୁ ତ୍ୟାଗ କରିବାକୁ ହେବ ।''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଇତିହାସ ପୃଷ୍ଠା ଲେଉଟାଇଲେ ଭାରତ ଅଖଣ୍ଡ ଥିଲା । ଇସଲାମ ଆକ୍ରମଣ ଓ ପରେ ବ୍ରିଟିଶ ଶାସନ ହଟିବା ପରେ ଦେଶ କିପରି ବିଭାଜିତ ହେଲା ! ଏସବୁ ଆମକୁ ଭୋଗିବାକୁ ପଡିଲା କାରଣ ଆମେ ହିନ୍ଦୁ ଭାବକୁ ଭୁଲି ଗଲେ । ଆରଆରଏସ୍ ସଂଘର କିଛି ଭିନ୍ନ ଦୃଷ୍ଟିକୋଣ ନାହିଁ । ହିନ୍ଦୁ ପରମ୍ପରା ଏହି ବିଷୟ ଉପରେ ବିଚାର କରିଛି ।''

ଏହାମଧ୍ୟ ପଢନ୍ତୁ: ଧିରୁଭାଇ ଅମ୍ବାନୀ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ

ସାକ୍ଷାତକାର ସମୟରେ ମୋହନ ଭାଗବତ LGBT ସମୁଦାୟର ସମର୍ଥନ କରି କହିଛନ୍ତି, ''ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦିଆଯିବ ଉଚିତ୍ । ସଂଘ ଏହି ବିଚାରକୁ ପ୍ରୋତ୍ସାହିତ କରେ । ମାନବ ସମାଜ ଆରମ୍ଭରୁ ଏହି ସମୁଦାୟ ରହିଆସିଛନ୍ତି । ସେମାନେ ମଧ୍ୟ ଏହି ସମାଜର ଏକ ଅଂଶ ବୋଲି ଅନୁଭବ କରିବା ଦରକାର । ତୃତୀୟ ଲିଙ୍ଗୀ ଦେଶରେ ସମସ୍ୟା ନୁହଁନ୍ତି । ସେମାନଙ୍କର ନିଜସ୍ବ ପଥ ରହିଛି, ଦେବାଦେବୀ ରହିଛନ୍ତି ।''

Last Updated : Jan 11, 2023, 2:30 PM IST

ABOUT THE AUTHOR

...view details