ଓଡିଶା

odisha

ETV Bharat / bharat

ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ - ଆରଏସଏସ ମୁଖ୍ୟ ମୋହନ ଭାଗବତ

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ । ତାଙ୍କ ସହିତ ଆମର ଗଭୀର ଭାବରେ ଆଧ୍ୟାତ୍ମିକ ସମ୍ଫର୍କ ରହିଛି ବୋଲି ମିଥୁନ କହିଛନ୍ତି । ଅଧିକ ପଢନ୍ତୁ...

Mithoon Chakroverty
ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ,ବଢିଲା ରାଜନୈତିକ ଚର୍ଚ୍ଚା

By

Published : Feb 16, 2021, 10:14 PM IST

ମୁମ୍ବାଇ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ । ତାଙ୍କ ସହିତ ଆମର ଗଭୀର ଭାବରେ ଆଧ୍ୟାତ୍ମିକ ସମ୍ପର୍କ ରହିଛି ବୋଲି ମିଥୁନ କହିଛନ୍ତି । ମୁମ୍ବାଇ ଆସିଲେ ଭେଟିବା ପାଇଁ କଥା ଦେଇଥିଲେ ବୋଲି କହିଛନ୍ତି ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ । ଏହାକୁ ନେଇ ମିଥୁନ କହିଛନ୍ତି ଯେ ' ମୋହନ ଭାଗବତ ଆମ ଘରକୁ ଆସିଥିଲେ ଆମ ପରିବାର ସହିତ ତାଙ୍କର ସମ୍ପର୍କ ରହିଛି । ଏହାକୁ ରାଜନୀତି ସହ ଜଡିତ ନ କରିବା ପାଇଁ କହିଛନ୍ତି ଏବଂ ଏହା କୌଣସି ରାଜନୈତିକ ସମ୍ପର୍କ ନାହିଁ ବୋଲି କହିଛନ୍ତି । ସୂଚନାଥାଉକି ମୁମ୍ବାଇର ମଲାଡରେ ମିଥୁନ ଚକ୍ରବର୍ତ୍ତୀଙ୍କ ବଙ୍ଗଳାରେ ମିଶିବା ପାଇଁ ମୋହନ ଭାଗବତ ଯାଇଥିଲେ । ଏହାପରେ ମୋହନ ଭାଗବତ ସେଠାର ଭୋଜନ କରିଥିଲେ । ଏଠାରେ ମିଥୁନ ଚକ୍ରବର୍ତ୍ତୀ ଓ ଆରଏସଏସ ପ୍ରମୁଖ ମୋହନ ଭାଗବତ ମଧ୍ୟରେ ଦୀର୍ଘ ସମୟ ଧରି ବୈଠକ ହୋଇଥିଲା ।

ସୂଚନାଥାଉକି ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମୋହନ ଭାଗବତ ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିବା ପରେ ରାଜନୈତିକ ଚର୍ଚ୍ଚା ଆଲୋଚନା ବୃଦ୍ଧି ପାଇଛି । ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟ ଜୋରଦାର ଲଢେଇ ଆରମ୍ଭ ହୋଇଛି । ମିଥୁନ ଚକ୍ରବର୍ତ୍ତୀ ପୂର୍ବରୁ ଟିଏମସି ପକ୍ଷରୁ ରାଜ୍ୟସଭା ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।

ABOUT THE AUTHOR

...view details