ଓଡିଶା

odisha

ETV Bharat / bharat

RSSର ଅଖିଳ ଭାରତୀୟ ପ୍ରତିନିଧିସଭା, ଭୈୟାଜୀ ଯୋଶୀ ହେବେ ପଞ୍ଚମ ଥର ପାଇଁ ମହାସଚିବ ! - ଭୈୟାଜୀ ଯୋଶୀ

ସଂଘ ଇତିହାସରେ ପ୍ରଥମଥର ମୁଖ୍ୟାଳୟ (ନାଗପୁର) ବାହାରେ ଆୟୋଜନ ହେଉଛି ଏହି ସର୍ବୋଚ୍ଚ ବୈଠକ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିନିଧି ସଭା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରଣ ସଂଘର ଦ୍ବିତୀୟ ସର୍ବୋଚ୍ଚ ପଦବୀ ସରକାର୍ଯ୍ୟବାହୀ ନିର୍ବାଚନ ହେବ ।

RSS All-India delegationMeeting
RSS All-India delegationMeeting

By

Published : Mar 19, 2021, 8:02 PM IST

ବେଙ୍ଗାଲୁରୁ : ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାର ଦୁଇ ଦିବସୀୟ ବୈଠକ ଆଜି(ଶୁକ୍ରବାର) ଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଯାଇଛି । ବୈଠକରେ ସଂଘର ଗତ 3 ବର୍ଷର କାର୍ଯ୍ୟକ୍ରମ ଉପରେ ସମୀକ୍ଷା ହେବାସହ ଆସନ୍ତା 3 ବର୍ଷ କାର୍ଯ୍ୟକ୍ରମ ଉପରେ ମୋହର ବାଜିବ । ସେହିପରି ସଂଘର ସମସ୍ତ କାର୍ଯ୍ୟକ୍ରମ ଉପରେ ଚାଲିଥିବା କାର୍ଯ୍ୟକ୍ରମ ଓ ଶାଖା ଉପରେ ଆଲୋଚନା ହେବ ।

ଭୈୟାଜୀ ଯୋଶୀ ହେବେ ପଞ୍ଚମ ଥର ପାଇଁ ମହାସଚିବ !

ସଂଘ ଇତିହାସରେ ପ୍ରଥମଥର ମୁଖ୍ୟାଳୟ (ନାଗପୁର) ବାହାରେ ଆୟୋଜନ ହେଉଛି ଏହି ସର୍ବୋଚ୍ଚ ବୈଠକ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିନିଧି ସଭା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରଣ ସଂଘର ଦ୍ବିତୀୟ ସର୍ବୋଚ୍ଚ ପଦବୀ ସରକାର୍ଯ୍ୟବାହୀ ନିର୍ବାଚନ ହେବ । ବର୍ତ୍ତମାନ ଲକ୍ଷଲକ୍ଷ ସ୍ବଂୟ ସେବକ ଓ ଲୋକଙ୍କର ନଜର ଆସନ୍ତାକାଲି (ଶନିବାର) ଠାରୁ ପଞ୍ଚମ ଥର ପାଇଁ ଭୈୟାଜୀ ଯୋଶୀ ଦାୟିତ୍ବ ନେବେ ନା ତାଙ୍କ ସ୍ଥାନରେ ଅନ୍ୟ କେହି ନିର୍ବାଚିତ ହେବେ ।

RSS ର ଅଖିଳ ଭାରତୀୟ ପ୍ରତିନିଧି ସଭା ; ଭୈୟାଜୀ ଯୋଶୀ ହେବେ ପଞ୍ଚମ ଥର ପାଇଁ ମହାସଚିବ !

ସଂଘର ଚଳିତ ପ୍ରତିନିଧି ସଭାରେ 15 ଶହ ସ୍ବଂୟ ସେବକ ପରିବର୍ତ୍ତେ 450 ଜଣ ଯୋଗେଦେବେ । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବ୍ୟାପକ ମାତ୍ରାରେ କାର୍ଯ୍ୟକ୍ରମ ହ୍ରାସ କରିଛି ସଂଘ । ବୈଠକରେ ସମସ୍ତ ଅଖିଳ ଭାରତୀୟ ଅଧିକାରୀ, 11 କ୍ଷେତ୍ର ସଂଘଚାଳକ, କାର୍ଯ୍ୟବାହୀ, ପ୍ରାନ୍ତ ପ୍ରଚାରକ, ପ୍ରଚାରକ ଓ ସେମାନଙ୍କ ସହଯୋଗୀ, ସମସ୍ତ 43 ପ୍ରାନ୍ତର ସଂଘଚାଳକ ଓ ସମସ୍ତ ପ୍ରାନ୍ତରୁ 3 ରୁ 4 ଜଣ ଲେଖାଏଁ ପ୍ରତିନିଧି ସାମିଲ ହେବେ ।

RSS ର ଅଖିଳ ଭାରତୀୟ ପ୍ରତିନିଧି ସଭା ; ଭୈୟାଜୀ ଯୋଶୀ ହେବେ ପଞ୍ଚମ ଥର ପାଇଁ ମହାସଚିବ !

ସରସଂଘଚାଳକ ମୋହନ ଭାଗବତ କାର୍ଯ୍ୟକ୍ରମରେ ଉଭୟ ଉଦଘାଟନ ଓ ଉଦଯାପନୀ ଉତ୍ସବରେ ସମ୍ବୋଧିତ କରିବେ । ଭାଗବତଙ୍କ ବ୍ୟତୀତ, କାର୍ଯ୍ୟବାହୀ ଭୈୟାଜୀ ଯୋଶୀ, ଦତ୍ତୋତ୍ରେୟ ହୋସବୋଲେ, ମନମୋହନ ବୈଟ୍ଟା, ଡା. କୃଷ୍ଣ ଗୋପାଳଙ୍କ ଭଳି ବଡ ଅଧିକାରୀ ସାମିଲ ହୋଇଛନ୍ତି । ତେବେ କୋଭିଡ ପାଇଁ ପ୍ରଥମ ଥର ବିଜେପିର କୌଣସି ଶୀର୍ଷ ନେତାଙ୍କୁ ଆମନ୍ତ୍ରିତ କରାଯାଇନାହିଁ । ଏହି ବୈଠକରେ ସଂଘର ନୂଆ ସରକାର୍ଯ୍ୟବାହୀ ନିର୍ବାଚନ ହେବ । ଗତ 12 ବର୍ଷ ଧରି ସଂଘର କାର୍ଯ୍ୟବାହୀ ( ମହାସଚିବ) ଥିବା ଭୈୟାଜୀ ଯୋଶୀଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ । ସେହିପରି ତାଙ୍କ ସ୍ଥାନରେ ଅନ୍ୟ କୌଣସି ଶୀର୍ଷ ଅଧିକରୀଙ୍କୁ ମହାସଚିବ ଦାୟିତ୍ବ ସଂଘ ଦେଇପାରେ ।

ପ୍ରତି 3 ବର୍ଷରେ ଥରେ ହୁଏ ନିର୍ବାଚନ

ପ୍ରତି 3 ବର୍ଷରେ ଥରେ ସଂଘର କାର୍ଯ୍ୟବାହୀ (ମହାସଚିବ) ନିର୍ବାଚନ ହୁଏ । ଏହି ପଦ ସଂଘର ଦ୍ବିତୀୟ ସର୍ବୋଚ୍ଚ କ୍ଷମତା ପ୍ରାପ୍ତ ପଦବୀ ହୋଇଥାଏ । ସେହିପରି ସରସଂଘଚାଳକ ହେଉଛନ୍ତି ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ପଦବୀ । ତାଙ୍କ ମାର୍ଗଦର୍ଶନରେ ସଂଘ ନିଜ ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନା କରିଥାଏ । ସେହିପରି କାର୍ଯ୍ୟବାହୀ (ମହାସଚିବ) ସଂଘର ଦୈନନ୍ଦିନ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରିଥାନ୍ତି । ସେହିପରି ସମସ୍ତ ପ୍ରାନ୍ତ ମୁଖ୍ୟ ଓ ପ୍ରଚାରକଙ୍କ ନିଯୁକ୍ତି ଓ ଦୈନନ୍ଦିନ ବ୍ୟାପାର କାମ କରିଥାନ୍ତି । ସଂଘ କାର୍ଯ୍ୟବାହୀ (ମହାସଚିବ) ଭାବେ 12 ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି ଯୋଶୀ । ତେବେ ଚର୍ଚ୍ଚା ହେଉଛି ଚଳିତ ଥର ଯୋଶୀଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରୁ ମୁକ୍ତ କରି ତାଙ୍କୁ ଅନ୍ୟ କୌଣସି ଦାୟିତ୍ବ ଦିଆଯାଇପାରେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସଂଘରେ ସମସ୍ତ ପଦ ପଦବୀ ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ହୁଏ । ନାମାଙ୍କନ ଦାଖଲ ହୁଏ । ସମସ୍ତ ଅଧିକାରୀ ନିର୍ବାଚିତ ହୁଅନ୍ତି ।

ବୈଠକର ଏଜେଣ୍ଡା

ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଗତ 3 ବର୍ଷର କାର୍ଯ୍ୟକ୍ରମ ସମୀକ୍ଷା ସହ ଆଗାମୀ 3 ବର୍ଷର କାର୍ଯ୍ୟକ୍ରମ ଚୂଡାନ୍ତ ହେବ । ସେହିପରି ରାମ ମନ୍ଦିର ନିର୍ମାଣ, ଦେଶର ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ, ରାଷ୍ଟ୍ରହିତ ପ୍ରସଙ୍ଗରେ ଥିବା ଯୋଜନା, ରାମ ମନ୍ଦିର ପାଇଁ ନିଧି ସଂଗ୍ରହ, କୋଭିଡ ସଂକଟ ବେଳେ ସଂଘର ଭୂମିକା, ଆଗାମୀ ଦିନରେ ସଂଘର ଦାୟିତ୍ବ, ତଳସ୍ତରରେ ଥିବା ଶାଖା ଉପରେ ମହାମାରୀ ପ୍ରଭାବ ଉପରେ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details