ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ବୁର୍ଖା ଝିଅ ମୁସକାନଙ୍କୁ JuHର ୫ ଲକ୍ଷ ଘୋଷଣା - ହିଜାବ ବିବାଦ ଖବର

ଦିନକୁ ଦିନ ତେଜୁଛି ହିଜାବ ବିବାଦ । ଏହି ବିବାଦକୁ ନେଇ କର୍ଣ୍ଣାଟକରେ ହଙ୍ଗାମା ଜାରି ରହିଛି । ଧୀରେ ଧୀରେ ବିବାଦ ଅନ୍ୟ ରାଜ୍ୟକୁ ମଧ୍ୟ ଡେଇଁଲାଣି । ଜାମିଆତ୍ ଉଲାମା-ଆଇ-ହିନ୍ଦ (Jamiat Ulama-i-Hind) ବୁର୍ଖା ପିନ୍ଧି କର୍ଣ୍ଣାଟକ ଛାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଘୋଷଣା କରିଛି । ଅଧିକ ପଢନ୍ତୁ

କର୍ଣ୍ଣାଟକ ବୁର୍ଖା ଝିଅଙ୍କ ପାଇଁ  JuHର ୫ ଲକ୍ଷ ଘୋଷାଣା
କର୍ଣ୍ଣାଟକ ବୁର୍ଖା ଝିଅଙ୍କ ପାଇଁ JuHର ୫ ଲକ୍ଷ ଘୋଷାଣା

By

Published : Feb 10, 2022, 12:21 PM IST

Updated : Feb 10, 2022, 12:55 PM IST

ଲକ୍ଷ୍ନୌ: ଦିନକୁ ଦିନ ତେଜୁଛି ହିଜାବ ବାବାଦ । ଏହି ବିବାଦକୁ ନେଇ କର୍ଣ୍ଣାଟକରେ ହଙ୍ଗାମା ଜାରି ରହିଛି । ଧୀରେ ଧୀରେ ବିବାଦ ଅନ୍ୟ ରାଜ୍ୟକୁ ମଧ୍ୟ ଡେଇଁଲାଣି । ଜାମିଆତ୍ ଉଲାମା-ଆଇ-ହିନ୍ଦ (Jamiat Ulama-i-Hind) ବୁର୍ଖା ପିନ୍ଧି କର୍ଣ୍ଣାଟକ ଛାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଘୋଷଣା କରିଛି । AIMPLB ମଧ୍ୟ କର୍ଣ୍ଣାଟକ ସରକାରଙ୍କୁ ହିଜାବ ଉପରେ ରୋକ ଲଗାଇବା ସହ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ହସ୍ତକ୍ଷେପ ବୋଲି କହିଛି ।

ଜେୟୁଏଚ ସଭାପତି ମୌଲାନା ମହମୁଦ ମଦାନୀ କହିଛନ୍ତି ଛାତ୍ରୀ ବିବି ମୁସ୍କାନ ଖାନ ଏହି ବିରୋଧରେ ସାମ୍ବିଧାନିକ ତଥା ଧାର୍ମିକ ଅଧିକାର ପାଇଁ ସାହସିକ ଦେଖାଇଛନ୍ତି । ତାଙ୍କ ସାହସିକତା ପାଇଁ 5 ଲକ୍ଷ ଟଙ୍କା ଏକ ଉତ୍ସାହ ଅଟେ । ମଦାନୀ ଆହୁରି କହିଛନ୍ତି, ମୁସ୍କାନ ଖାନଙ୍କୁ ୫ ଲକ୍ଷ ଟଙ୍କା ନଗଦ ପ୍ରଦାନ କରାଯିବ । ସେ ତାଙ୍କ ସାମ୍ବିଧାନିକ ଏବଂ ଧାର୍ମିକ ଅଧିକାର ପାଇଁ ଲଢିଛନ୍ତି । AIMPLB ସାଧାରଣ ସମ୍ପାଦକ ମୌଲାନା ଖାଲିଦ ମଧ୍ୟ ହିଜାବକୁ ନିଷିଦ୍ଧ କରିବା ସହ ଦେଶରେ ଶାନ୍ତି ଏବଂ ବନ୍ଧୁତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ।

ମୁସ୍କାନ କହିଛନ୍ତି, ସେ ଯେତେବେଳେ ଗଲେ ତାଙ୍କୁ ସେଠାରେ ବାରଣ କରାଗଲା କାରଣ ସେ ବୁର୍ଖା ପିନ୍ଧିଥିଲେ ବୋଲି । କିଛି ବାଳକ ତାଙ୍କୁ ବୁର୍ଖା ହଟାଇବାକୁ କହିଥିଲେ । ଏହା ପରେ ଜୟ ଶ୍ରୀରାମ ଜୟ ଶ୍ରୀରାମ କରିଥିଲେ । ଏହାଶୁଣି ମୁସ୍କାନ ଆଲ୍ଲା ହୁ ଆକବର କହିଥିଲେ । ଏ ନେଇ ମୁସକାନ ଆଦୌ ବ୍ୟସ୍ତ ନ ଥିବା କହିଛନ୍ତି ସେ କୋର୍ଟଙ୍କ ଆଦେଶକୁ ପାଳନ କରୁଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଭାରତ ଏକ ଏମିତିକା ଦେଶ ଯେଉଁଠାରେ ସବୁ ଧର୍ମ ପାଳନ କରିବାକୁ ଅନୁମତି ରହିଛି ମୋର ହିନ୍ଦୁ ବନ୍ଧୁମାନେ ହିଜାବ ପିନ୍ଧିବାର ଅଧିକାରକୁ ସମର୍ଥନ କରୁଛନ୍ତି । ମୁଁ ମୋର ଧର୍ମ ଅନୁସରଣ କରିବି, ମୋର ବନ୍ଧୁମାନେ ସେମାନଙ୍କର ଧର୍ମ ଅନୁସରଣ କରିବେ, ଏଥିରେ କିଛି ଭୁଲ୍ ନାହିଁ ବୋଲି କହିଛନ୍ତି ମୁସ୍କାନ ।

କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ହିଜାବ ବିବାଦ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମାମଲା ଏବେ ହାଇକୋର୍ଟ ଯାଏଁ ପହଞ୍ଚିଛି । ଅନେକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ବର୍ତ୍ତମାନ ଏହି ମାମଲା ବୃହତ୍ତ ଖଣ୍ତପୀଠକୁ ଯାଇଛି । ଆଜି ୩ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 10, 2022, 12:55 PM IST

ABOUT THE AUTHOR

...view details