ନୂଆଦିଲ୍ଲୀ:ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସଂସଦ ଶୀତକାଳୀନ ଅଧିବେଶନରୁ ( Parliament Winter Session) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଗୃହ ସଦସ୍ୟ ମନମୋହନ ସିଂଙ୍କୁ(former PM Manmohan Singh) ଛୁଟି ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଆଜି(ଗୁରୁବାର) ଏହି ଛୁଟି ମଞ୍ଜୁରୀ କରିଛନ୍ତି ।
ଗୃହ ସଦସ୍ୟ ମନମୋହନ ସିଂ ସ୍ବାସ୍ଥ୍ୟ ସମସ୍ୟା ନେଇ ଛୁଟି ପାଇଁ ଆବେଦନ କରିଥିଲେ । ଟେବୁଲରେ ପେପରେ ସ୍ଥାପନ ହେବାପରେ ଚାଲିଥିବା ଶୀତକାଳୀନ ଅଧିବେଶନରୁ ତାଙ୍କୁ ଛୁଟି ଦେବାରୁ ଘୋଷଣା ହୋଇଛି । ସଂସଦର ଶୀତକାଳୀନ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ଯୋଗ ଦେବେ ନାହିଁ ମନମୋହନ ସିଂ ।