ଓଡିଶା

odisha

ETV Bharat / bharat

କୋଭାକ୍ସିନ୍ ଦର ଧାର୍ଯ୍ୟ କଲା ଭାରତ ବାୟୋଟେକ

ସ୍ବେଦେଶୀ ଟିକା ପ୍ରସ୍ତୁତକାରୀ କମ୍ପାନୀ ‘ଭାରତ ବାୟୋଟେକ’ ଧାର୍ଯ୍ୟ କଲା ଭାରତ ବାୟୋଟେକ । ଅଧିକ ପଢନ୍ତୁ...

By

Published : Apr 24, 2021, 10:45 PM IST

ଦରଧାର୍ଯ୍ୟ କଲା ଭାରତ ବାୟୋଟେକ , ସରକାରଙ୍କ ପାଇଁ 6 ଶହ ଓ ଘରୋଇ ହସ୍ପିଟାଲକୁ  12 ଶହରେ ଯୋଗାଇବ ଟିକା
ଦରଧାର୍ଯ୍ୟ କଲା ଭାରତ ବାୟୋଟେକ , ସରକାରଙ୍କ ପାଇଁ 6 ଶହ ଓ ଘରୋଇ ହସ୍ପିଟାଲକୁ 12 ଶହରେ ଯୋଗାଇବ ଟିକା

ନୂଆଦିଲ୍ଲୀ: ସ୍ବେଦେଶୀ ଟିକା ପ୍ରସ୍ତୁତକାରୀ କମ୍ପାନୀ ‘ଭାରତ ବାୟୋଟେକ’ ଖୋଲା ବଜାରରେ ଟିକା ପ୍ରବେଶ କରାଇବା ପୂର୍ବରୁ ବଜାର ଦର ନିର୍ଦ୍ଧାରିତ କରିଛି । ସଂସ୍ଥା ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ୍ ଏବେ ଖୋଲା ବଜାରରେ ଉପଲବ୍ଧ ହେବାକୁ ଯାଉଛି ।

ଦରଧାର୍ଯ୍ୟ କଲା ଭାରତ ବାୟୋଟେକ , ସରକାରଙ୍କ ପାଇଁ 6 ଶହ ଓ ଘରୋଇ ହସ୍ପିଟାଲକୁ 12 ଶହରେ ଯୋଗାଇବ ଟିକା

ସରକାର ଓ ଘରୋଇ ହସ୍ପିଟାଲ ପାଇଁ ପୃଥକ ପୃଥକ ଦର ଧାର୍ଯ୍ୟ କରିଛି ସଂସ୍ଥା । ରାଜ୍ୟ ସରକାରମାନଙ୍କ ପାଇଁ ପ୍ରତି ଡୋଜ ପିଛା 6 ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ପ୍ରତି ଡୋଜ ପିଛା 12 ଶହ ଟଙ୍କା ଧାର୍ଯ୍ୟ କରାଯାଇଛି ।

ସେହିଭଳି ବିଦେଶ ରପ୍ତାନୀ ପାଇଁ ମଧ୍ୟ ଦର ଧାର୍ଯ୍ୟ କରିଛି କମ୍ପାନୀ । ବିଦେଶ ରପ୍ତାନୀ ପାଇଁ ପ୍ରତି ଡୋଜ ପିଛା 15 ରୁ 20 ଡଲାର ରଖିଛି କମ୍ପାନୀ । ନିର୍ଦ୍ଧାରିତ ଦରକୁ ନେଇ କମ୍ପାନୀ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛି ।

କମ୍ପାନୀ ପକ୍ଷରୁ ହୋଇଥିବା 3ୟ ପର୍ଯ୍ୟାୟ ପରୀକ୍ଷଣ ସୁଦ୍ଧା ଏହି ଟିକା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ରାୟ 100 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଭାରତ ବାୟୋଟେକ କମ୍ପାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ବାରତ

ABOUT THE AUTHOR

...view details