ଓଡିଶା

odisha

ETV Bharat / bharat

ଶାହାରୁଖଙ୍କ ପରିବାରକୁ ସମୀର ଓ୍ବଙ୍ଖଡେ ମାଗିଥିଲେ 25 କୋଟି ! ମାମଲା ରୁଜୁ କଲା CBI - ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପରିବାରକୁ ମଗାଯାଇଥିଲା 25 କୋଟି ଟଙ୍କା । କେପି ଗୋସାଭୀ କରିଥିଲା ମଧ୍ୟସ୍ଥତା । ଏତଲା ଦାଏର କଲା ସିବିଆଇ । ଗିରଫ ହୋଇପାରନ୍ତି ସମୀର ଓ୍ବାଙ୍ଖଡେ । ଅଧିକ ପଢନ୍ତୁ

ଶାହାରୁଖଙ୍କ ପରିବାରକୁ ସମୀର ଓ୍ବଙ୍ଖଡେ ମାଗିଥିଲେ 25 କୋଟି, ମାମଲା ରୁଜୁ କଲା CBI
ଶାହାରୁଖଙ୍କ ପରିବାରକୁ ସମୀର ଓ୍ବଙ୍ଖଡେ ମାଗିଥିଲେ 25 କୋଟି, ମାମଲା ରୁଜୁ କଲା CBI

By

Published : May 15, 2023, 8:18 PM IST

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ହେଲେ ଏହି ସମୟରେ ମାମଲାର ରଫାଦଫା ପାଇଁ ଶାହାରୁଖଙ୍କ ପରିବାର ଠାରୁ 25 କୋଟି ଟଙ୍କା ଦାବି କରାଯାଇଥିଲା । ତତ୍କାଳୀନ ଏନସିବି ଅଧିକାରୀ ତଥା ଘଟଣାର ତଦନ୍ତକାରୀ ଅଧିକାରୀ ଥିବା ସମୀର ଓ୍ବାଙ୍ଖେଡଙ୍କ ବିରୋଧରେ ଏପରି ଅଭିଯୋଗ ସହ ଏକ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ସିବିଆଇ ଦାଏର କରିଥିବା ଏତଲାରେ ଦର୍ଶାଯାଇଛି, 2021 ଅକ୍ଟୋବରରେ ଏକ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ଅଭିଯୋଗରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ଏନସିବି ଟିମ । ମାମଲାର ତଦନ୍ତ କରୁଥିବା ତତ୍କାଳୀନ ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ଶାହାରୁଖଙ୍କ ପରିବାର ନିକଟରୁ 25 କୋଟି ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ଆର୍ୟନଙ୍କ ବିରୋଧରେ ନାର୍କୋଟିକ୍ସ ମାମଲାରେ ଚାର୍ଜଫ୍ରେମ କରାଯିବା ନେଇ ସେ ଧମକ ମଧ୍ୟ ଦେଇଥିଲେ ।

ଏହି ମାମଲାରେ ଓ୍ବାଙ୍ଖଡେ ଓ ଆଶିଷ ରଞ୍ଜନ ନାମକ ଅନ୍ୟ ଜଣେ ଅଧିକାରୀ ଏହି ଅର୍ଥରାଶି ଦାବି କରିଥିଲେ । ଏହି ଏତଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମୋଟ 5 ଅଧିକାରୀ ଓ ସାକ୍ଷୀଙ୍କ ନାମ ଉଲ୍ଲେଖ କରିଛି । ସମୀର ଓ୍ବାଙ୍ଖଡେ, ଆଶିଷ ରଞ୍ଜନ, ବିଶ୍ବବିଜୟ ସିଂ, କେପି ଗୋସାଭୀ ଓ ତାର ସହଯୋଗୀ ସାଲଭିଲେ ଡିସୌଜାଙ୍କ ନାମ ଏଥିରେ ଉଲ୍ଲେଖ ରହିଛି । କେପି ଗୋସାଭୀ ମାମଲାର ଜଣେ ସାକ୍ଷୀ । ଆର୍ଯ୍ୟନ ଖାନ ଗିରଫ ହେବା ପରେ ଗୋସାଭୀର ସେଲଫି ଭାଇରାଲ ହୋଇଥିଲ । ଜଣେ ଅଭିଯୁକ୍ତକୁ ଏନସିବି କଷ୍ଟଡିରେ କଷ୍ଟଡିରେ ଜେରା ସମୟରେ ଜଣେ ଅଣଅଧିକୃତ ବ୍ୟକ୍ତି କିପରି ପ୍ରବେଶ କଲା ଓ ସେଲ୍ଫି ନେଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ଜଣେ ସାକ୍ଷୀ ଭାବେ ସେ ଜେରା ପ୍ରକ୍ରିୟା ବେଳେ ଏନିସିବି କାର୍ଯ୍ୟାଳୟରେ ଉପସ୍ଥିତ ରହିଥିବା ଓ ଅଭିଯୁକ୍ତ ଆର୍ଯ୍ୟନଙ୍କ ସହ ସେଲ୍ଫି ନେଇଥିବା ଜଣାପଡିଥିବା ସିବିଆଇ ଏତଲାରେ ଦର୍ଶାଇଛି ।

ତେବେ ଓ୍ବାଙ୍ଖଡେଙ୍କ ପ୍ରଥମେ 25 କୋଟି ଦାବି କରିଥିବା ବେଳେ 18 କୋଟି ମୁଲଚାଲ ଶେଷ ହୋଇଥିଲା । ଏହି କଥାବାର୍ତ୍ତାରେ ଗୋସାଭୀ ମଧ୍ୟସ୍ଥତା କରିଥିଲା । ସେ ଓ ତାର ସହଯୋଗୀ ଶାହାରୁଖଙ୍କ ପରିବାର କେହି ଜଣେ ସଦସ୍ୟଙ୍କ ଠାରୁ 50 ଲକ୍ଷ ଟଙ୍କା ଗ୍ରହଣ କରିଥିବା ଓ ପରେ କୌଣସି କାରଣବଶତଃ ଫେରସ୍ତ କରି ଦେଇଥବା ସିବିଆଇ ତାର ଏତଲାରେ ଉଲ୍ଲେଖ କରିଛି ।


ଏହି ଅଭିଯୋଗ ପ୍ରଥମେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକ ଆଣିଥିଲେ । ସେ ସିଧାସଳଖ ସମୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରିଥିଲେ । ଲଗାତର ଏହି ମାମଲା ହେଡଲାଇନରେ ରହିବା ସହ ଉଭୟ ମଲ୍ଲିକ ଓ ଅଧିକାରୀ ଓ୍ବାଙ୍ଖଡେ ବିବାଦ ପରିସରକୁ ଆସିଥିଲେ । ପରେ ଏକ ମନିଲଣ୍ଡ୍ରିଂ ମାମଲାରେ ନଓ୍ବାବ ମଲ୍ଲିକ ଗିରଫ ହୋଇ ଜେଲ ଯାଇଥିଲେ । ଏବେ ସୁଦ୍ଧା ମଧ୍ୟ ସେ ଜେଲରେ ରହିଛନ୍ତି । ଅନ୍ୟପଟେ ଓ୍ବାଙ୍ଖଡେଙ୍କ ବଦଳି ହୋଇଯାଇଥିଲା । ଏବେ ସିବିଆଇ ଏତଲା ଦାଏର କରିବା ପରେ ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ଗିରଫଦାରୀ ସନ୍ଦେହ ମଧ୍ୟ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details