ଓଡିଶା

odisha

ETV Bharat / bharat

ଖିଲାପକାରୀଙ୍କ ତାଲିକାରେ ଉଦ୍ଧବଙ୍କ ସରକାରୀ ବଙ୍ଗଳା, 24 ଲକ୍ଷର ପାଣି ବିଲ ବକେୟା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ବକେୟା ପଡିଛି 24 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପାଣି ବିଲ । ଆରଟିଆଇରୁ ମିଳିଲା ତଥ୍ୟ । ପଢନ୍ତୁ ଅଧିକ.....

By

Published : Dec 14, 2020, 6:53 PM IST

ଖିଲାପକାରୀଙ୍କ ତାଲିକାରେ ଉଦ୍ଧଭଙ୍କ ସରକାରୀ ବଙ୍ଗଳା , 24 ଲକ୍ଷର ପାଣି ବିଲ ବକେୟା
ଖିଲାପକାରୀଙ୍କ ତାଲିକାରେ ଉଦ୍ଧଭଙ୍କ ସରକାରୀ ବଙ୍ଗଳା , 24 ଲକ୍ଷର ପାଣି ବିଲ ବକେୟା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ବକେୟା ପଡିଛି 24 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପାଣି ବିଲ । ସୂଚନା ଅଧିକାର ଆଇନ ବଳରେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ତପ୍ତର ହୋଇଛି ବମ୍ବେ ମହାନଗର ନିଗମ । ଏହି ସବୁ ସରକାରୀ ବଙ୍ଗଳାକୁ ଖିଲାପକାରୀ ତାଲିକାରେ ସ୍ଥାନିତ କରି ବକେୟା ବିଲ ପଇଠ କରିବା ପାଇଁ ନୋଟିସ ଜାରି କରିବ ବୋଲି ବମ୍ବେ ମହାନଗର ନିଗମ କହିଛି। ସମୁଦାୟ 24 ଲକ୍ଷ 56 ହଜାର 469 ଟଙ୍କା ବକେୟା ପଡିଥିବା ବିଏମସି ସ୍ପଷ୍ଟ କରିଛି ।

ଜଣେ ସ୍ଥାନୀୟ ସୂଚନା ଅଧିକାର କର୍ମୀ ସକିଲ ଅହମ୍ମଦ ସେଖ ଏହି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପାଇଥିବା ଜଣା ପଡିଛି । କେବଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୁହନ୍ତି ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ସହାୟକ, ମହାରାଷ୍ଟ୍ର ବାଚସ୍ପତି ନାନ ପାଟେଲେ , ଅର୍ଥମନ୍ତ୍ରୀ ଅଜିତ ପାଓ୍ବାର , ଜୟନ୍ତ ପାଟିଲ , ନିତିନ ରାଓ୍ବତ , ରାଜସ୍ବ ମନ୍ତ୍ରୀ ବାଲା ଥୋରାତଙ୍କ ସମେତ ଅନେକ ମନ୍ତ୍ରୀଙ୍କ ନାଁ ଥିବା ଜଣାପଡିଛି । ସେହିପରି ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କ ବଙ୍ଗଳାରେ ମଧ୍ୟ ପାଣି ବିଲ ବାକି ଥିବା ଜଣାପଡିଛି ।

ଏହି ତଥ୍ୟ ସାମ୍ନାକୁ ଆସିବା ପରେ ମହାନଗର ମିଗମ ଏହି ସବୁ ସରକାରୀ ବଙ୍ଗଳାକୁ ବକେୟା ବିଲ ପଇଠ କରିବା ନେଇ ନୋଟିସ ଜାରି କରିବ ବୋଲି କହିଛି । ତେବେ ସେହିପରି ମନ୍ତ୍ରୀ ମାନଙ୍କ ଏପରି ବେପରୁଆ ମନୋଭାବକୁ ନାପସନ୍ଦ କରିଛନ୍ତି ସୂଚନା ଅଧିକାର କର୍ମୀ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details