ଓଡିଶା

odisha

By

Published : Nov 16, 2020, 11:36 AM IST

ETV Bharat / bharat

ବେଙ୍ଗାଲୁରୁରେ ଡ୍ରଗ୍ସ ରାକେଟ ଠାବ, ତିନି ଗିରଫ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଚାଲିଛି ବେଧଡକ ନିଶା ଦ୍ରବ୍ୟ କାରବାର । ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

drug racket busted in Bengaluru, 3 held
ବେଙ୍ଗାଲୁରୁରେ ଡ୍ରଗ୍ସ ରାକେଟ ଠାବ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଡ୍ରଗ୍ସ କାରବାର ଉପରେ କଟକଣା ଲାଗିବା ପରେ ବି ଚୋରାରେ ଚାଲିଛି ଡ୍ରଗ୍ସ କାରବାର । ରବିବାର ପୋଲିସ ଡ୍ରଗ୍ସ କାରବାର ନେଇ ତିନିଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ 24ଲକ୍ଷ ମୂଲ୍ୟର ନିଶା ସାମଗ୍ରୀ ଜବତ ହୋଇଥିବା କହିଛି ବେଙ୍ଗାଲୁରୁ ପୋଲିସ ।

ଚୋରାରେ ନିଶା ଦ୍ରବ୍ୟ କାରବାର କରିବା ମହଙ୍ଗା ପଡିଲା । ଘଟଣାରେ ଦୁଇ ଏଜେଣ୍ଟ ରୋହିତ ରାମ ଓ ଆୟୁଷ ପାଣ୍ଡେଙ୍କ ସମେତ ଜଣେ ଡେଲିଭରି ବୟ ନୁର ଅଲ୍ଲୀଙ୍କୁ ଗିରଫ କରାଯାଇ 14ଦିନିଆ ନ୍ୟାୟିକ ହେପାଜତରେ ନିଆଯାଇଥିବା କହିଛନ୍ତି ବେଙ୍ଗାଲୁରୁ ଦକ୍ଷିଣ-ପୂର୍ବ ପୋଲିସ କମିଶନର ସୁଧୀର ହେଗଡେ ।

ଗିରଫ ଅଭିଯୁକ୍ତମାନଙ୍କଠାରୁ 8.3ଗ୍ରାମର ଗଞେଇ,120ଗ୍ରାମର ହାଶିସ ତେଲ, 120 ଗ୍ରାମର ଆମ୍ବ ଚାରା(ଏକ ପ୍ରକାର ନିଶା ଦ୍ରବ୍ୟ),5ଗ୍ରାମର ବ୍ରାଉନ ସୁଗାର, 9ଗ୍ରାମର ଏଲଡିଏମଏ ଜବତ ହୋଇଛି । ନାର୍କୋଟିକ୍ସ ଡ୍ରଗ୍ସ 1985 ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ଗତ ମାସେ ହେବ ଅଭିଯୁକ୍ତମାନେ ସହର ସାରା ନିଶା ଦ୍ରବ୍ୟ ଯୋଗାଉଥିଲେ । ତେବେ ରାକେଟର ମାଷ୍ଟରମାଇଣ୍ଡକୁ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିବା କହିଛନ୍ତି କମିଶନର ପୋଲିସ ସୁଧୀର ।

@IANS

ABOUT THE AUTHOR

...view details