ରାଞ୍ଚି:ବର୍ତ୍ତମାନ ଚାଲିଛି ସୋସିଆଲ ମିଡିଆ ଯୁଗ । ଲୋକେ ବାସ୍ତବ ଦୁନିଆ ଅପେକ୍ଷା ସୋସିଆଲ ମିଡିଆ ଉପରେ ବିଶ୍ବାସ କରିଥାନ୍ତି । ଏଭଳି ଏକ ଜୀବନ ବିତାଉଥିଲେ ହଜାରିବାଗର ୧୫ ବର୍ଷୀୟ ଝିଅ । ବୟସ କମ କିନ୍ତୁ ମନରେ ଅସୁମାରୀ ଭାବନା । ତେଣୁ ୧୫ ବର୍ଷୀୟ ଝିଅ ନିଜ ଫେସବୁକ ଫ୍ରେଣ୍ଡକୁ ଦେଖା କରିବା ପାଇଁ ହଜାରିବାଦରୁ ଡୁମକା ପହଞ୍ଚିଯାଇଥିଲା । କିନ୍ତୁ ସେଠାରେ ଚାଲାଣ ହେବା ପୂର୍ବରୁ ଜୀବନ ବଞ୍ଚାଇଥିଲେ ଆରପିଏଫ ଯବାନ ।
ପ୍ରେମରେ ଅନ୍ଧ:ସୂଚନାଅନୁସାରେ, ବାପା-ମାଆଠାରୁ ଦୂରରେ ରହୁଥିବା ହଜାରିବାଗର ଜଣେ ଝିଅ ସୋସିଆଲ ମିଡିଆ ଫେସବୁକରେ ଜଣକ ସହ ବନ୍ଧୁତା କରିଥିଲା । ଧୀରେ ଧୀରେ ବନ୍ଧୁତା ପ୍ରେମର ରୂପ ନେଇଥିଲା । ଏହାପରେ ସେ ଭାବିଲା ଭଲ ପାଉଥିବା ପୁଅ ହିଁ ତା ପାଇଁ ସବୁ କିଛି । ତା ସହ ହିଁ ସେ ଖୁସିରେ ଜୀବନ ବିତାଇବ । ତେଣୁ ସେ ପ୍ରେମରେ ଅନ୍ଧ ହୋଇ ପୁଅକୁ ଭରସା କରି ଘର ଛାଡି ଚାଲିଆସିଥିଲା ।
ଫେସବୁକ ପ୍ରେମିକ ସହ ଦେଖା କରିବାକୁ ପହଞ୍ଚିଲା ଦୁମକା:ଫେସବୁକ ପ୍ରେମିକ ସହ ଦେଖାକରିବାକୁ ନାବାଳିକା ଜଣକ ଘରୁ ୫୦୦ ଟଙ୍କା ନେଇ ଆସିଥିଲା । ପ୍ରଥମେ ହଜାରିବାଗରୁରାଞ୍ଚି ଯାଇ ସେଠାରୁ ଟ୍ରେନ୍ ଧରିଦୁମକାରେ ପହଞ୍ଚି ଥିଲା । ମନରେ ଅସୁମାରୀ ସ୍ବପ୍ନ ନେଇ ଘରୁ ବାହାରି ଥିଲା । କିନ୍ତୁ ଦୁମକାରେ ପହଞ୍ଚିବା ପରେ ସତ୍ୟ ଜାଣିବାକୁ ପାଇଥିଲା । ସେତେବେଳକୁ ସ୍ବପ୍ନ ସବୁ ଭାଙ୍ଗୁରୁଜି ଚୁରମାର ହୋଇଯାଇଥିଲା ।