ଓଡିଶା

odisha

ETV Bharat / bharat

ଚଳନ୍ତା ଟ୍ରେନରେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା, ଡେଲିଭରିରେ ସାହାଯ୍ୟ କଲେ RPF କର୍ମଚାରୀ

ଚଳନ୍ତା ଟ୍ରେନରେ ରାତ୍ରି ସମୟରେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ଦେବଦୂତ ସାଜିଛନ୍ତି ୩ ମହିଳା ଆରପିଏଫ କର୍ମଚାରୀ । ଏହି କର୍ମଚାରୀଙ୍କ ପ୍ରଚେଷ୍ଟା ଓ ସାହସିକତା ଯୋଗୁଁ ମହିଳା ଜଣକ ଏକ ନବଜାତଙ୍କୁ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Oct 19, 2022, 9:50 AM IST

ଚଳନ୍ତା ଟ୍ରେନରେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା, ଡେଲିଭରିରେ ସାହାଯ୍ୟ କଲେ RPF କର୍ମଚାରୀ
ଚଳନ୍ତା ଟ୍ରେନରେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା, ଡେଲିଭରିରେ ସାହାଯ୍ୟ କଲେ RPF କର୍ମଚାରୀ

କୋଲକାତା:ଜୟପୁରର-ହାୱାଡା ଏକ୍ସପ୍ରେସ (12864 Jaipur-Howrah Express)ରେ ପ୍ରସବ ଯନ୍ତ୍ରଣା ( Labour pain)ର ଶିକାର ହେଲେ ମହିଳା । ମହିଳାଙ୍କ ଚିତ୍କାର ଶୁଣି ଡ୍ୟୁଟିରେ ଥିବା ୩ ମହିଳା ଆରପିଏଫ (RPF) କର୍ମଚାରୀ ଶିଶୁଜନ୍ମ କରିବାରେ ସାହାଯ୍ୟ କରିଛନ୍ତି । ଫଳରେ ଟ୍ରେନ କମ୍ପାଟମେଣ୍ଟ ଭିତରେ ମହିଳା ଜଣକ ନବଜାତକୁ ଜନ୍ମ ଦେଇଛନ୍ତି । ଡେଲିଭରୀ ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

ଚଳନ୍ତା ଟ୍ରେନରେ ଡେଲିଭରି

ମହିଳାଙ୍କ ଡେଲିଭରିରେ ସାହାଯ୍ୟ କରିଥିବା ଏହି ୩ ମହିଳା ଆରପିଏଫ କର୍ମଚାରୀ ସ୍ନିଗ୍ଧା ବାଲା, ପିଙ୍କି ପାଣ୍ଡେ ଓ ଏ. ତିର୍କେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସେମାନ ପ୍ରତିଦିନ ଭଳି ପ୍ଲାଟଫର୍ମ ପରିଭ୍ରମଣରେ ଆସିଥିବା ବେଳେ ସ୍ଲିପର ବଗି ମଧ୍ୟରୁ ଜଣେ ମହିଳାଙ୍କ ଚିତ୍କାର ଶୁଣିଥିଲେ । ରାତି ପ୍ରାୟ ୧୦ଟା ୧୨ରେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଉକ୍ତ ବଗି ମଧ୍ୟକୁ ପ୍ରବେଶ କରିବା ପରେ ସେ ମହିଳା ପ୍ରସବ ଯନ୍ତ୍ରଣାରେ ଥିବା ଜାଣିବାକୁ ପାଇଥିଲେ ।

ଏହା ବି ପଢନ୍ତୁ- ଜେଲରେ ବେଧଡକ ନିଶା ଖାଉଛନ୍ତି କଏଦୀ, ଦେଖନ୍ତୁ ଭାଇରାଲ ଭିଡିଓ

ତେବେ ସେମାନେ ତିଳେ ମାତ୍ର ବିଳମ୍ବ ନ କରି ମହିଳାଙ୍କ ଚାରି ପାଖକୁ ଶାଢୀରେ କଭର୍‌ କରିଥିଲେ । ଏହାପରେ ସେମାନେ ମହିଳାଙ୍କ ଡେଲିଭରିରେ ସାହାଯ୍ୟ କରିଥିଲେ । ଡେଲିଭରି ପରେ ସେ ତୁରନ୍ତ ମହିଳା ଓ ନବଜାତକୁ ଆମ୍ବୁଲାନ୍ସ ଯୋଗେ ରେଲୱେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେମାନଙ୍କୁ ହସ୍ପିଟାଲରେ ଡାକ୍ତର ଭଲ ଭାବେ ଯାଞ୍ଚ କରିବା ପରେ ସେମାନେ ସୁସ୍ଥ ଥିବା କହିଛନ୍ତି । ପୂର୍ବାଞ୍ଚଳ ରେଳ ବିଭାଗ (Eastern Railway) ପକ୍ଷରୁ ଉକ୍ତ ମହିଳା ଯାତ୍ରୀଙ୍କ ପରିଚୟ ମଧ୍ୟ ଦିଆଯାଇଛି । ମହିଳା ଜଣକ ଆସାମ ଉଦୋଲଗିରି ଅଞ୍ଚଳର ବୋଲି ଜଣାପଡ଼ିଛି ।

ମହିଳା ଜଣକ ହାୱଡାରୁ କ୍ରୀଷ୍ଣାରାଜପୁରମକୁ ଯାଉଥିଲେ । ସାଥୀରେ ସ୍ବାମୀ ମଧ୍ୟ ଥିଲେ । ରାତ୍ରି ସମୟରେ ହଠାତ ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଭୟଭୀତ ହୋଇଥିଲେ । ମାତ୍ର ୩ ମହିଳା ଆରପିଏଫ କର୍ମଚାରୀଙ୍କ ସାହସିକତା ଯୋଗୁଁ ସେ ସୁରକ୍ଷିତ ଭାବରେ ନବଜାତକୁ ଜନ୍ମ ଦେଇଛନ୍ତି । ମହିଳାଙ୍କ ସ୍ବାମୀ ଏହି ଆରପିଏଫ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ପୂର୍ବାଞ୍ଚଳ ପକ୍ଷରୁ ମଧ୍ୟ ସେମାନଙ୍କୁ ପ୍ରଶଂସା କରାଯାଇଛି ।

ABOUT THE AUTHOR

...view details