ମୁମ୍ବାଇ: ଗତ ଜୁଲାଇରେ ମହାରାଷ୍ଟ୍ରରେ ଏକ ଚଳନ୍ତା ଟ୍ରେନ୍ରେ ଗୁଳିକାଣ୍ଡ ଘଟିଥିଲା । ଜଣେ ରେଳବାଇ କର୍ମଚାରୀ 4 ଜଣଙ୍କୁ ଗୁଳି କରିଥିଲେ । ପୂର୍ବରୁ ୨୦୧୭ ଜଣେ ମୁସଲମାନ ମହିଳା ନିର୍ଯାତନା ଅଭିଯୋଗରେ ସେହି ରେଳବାଇ ପୋଲିସ କର୍ମଚାରୀ ଜଣଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା । ଏହି ଘଟଣା ପରେ ସେହି ରେଳବାର ପୋଲିସ କର୍ମଚାରୀକୁ ଗିରଫ କରିଥିଲା ପୋଲିସ । ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି ।
ଗତ ଜୁଲାଇ ୩୧ରେ ମହାରାଷ୍ଟ୍ରର ପାଲଘର ରେଳ ଷ୍ଟେସନ ନିକଟରେ ଜୟପୁର-ମୁମ୍ବାଇ ସୁପର୍ଫାଷ୍ଟ୍ ଏକ୍ସପ୍ରେସରେ ଗୁଳି କାଣ୍ଡ ଘଟିଥିଲ । ଚେତନ୍ସିନ୍ ଚୌଧୁରୀ ନାମକ ଜଣେ ରେଳବାଇ ପୋଲିସ କର୍ମଚାରୀ ସମ୍ପୃକ୍ତ ଥିବା ସୂଚନା ମିଳିଥିଲା । ଚେତନ୍ସିନ୍ ଚୌଧରୀ ନିଜ ସରକାରୀ ବନ୍ଦୁକରୁ ପ୍ରଥମେ ଜଣେ ରେଳବାଇ ପୋଲିସର କର୍ମଚାରୀ ଟିକାରମ୍ ମୀନାଙ୍କ ଉପରେ ଗୁଳି ଚଳାଇଥିଲେ । ଏହାପରେ B5 କୋଚ୍ରେ ଥିବା ଜଣେ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ, ଏହାପରେ ସେ ଟ୍ରେନ୍ର ପ୍ୟାଣ୍ଟ୍ରି କାର୍ରେ ଆଉ ଜଣେ ଯାତ୍ରୀ ଏବଂ S6 କୋଚ୍ରେ ଆଉ ଜଣେ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଗୁଳିକାଣ୍ଡ ପଛର କାରଣ କଣ ଏବେ ସୁଧା ଜଣା ପଡିନାହିଁ ।