ଓଡିଶା

odisha

ETV Bharat / bharat

ଚଳନ୍ତା ଟ୍ରେନରେ ଗୁଳିମାଡ କଲେ ଆରପିଏଫ କନେଷ୍ଟବଳ, ଏଏସଆଇଙ୍କ ସହ 3 ଯାତ୍ରୀ ମୃତ - ଆରପିଏଫ କନେଷ୍ଟବଳ

ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଗୁଳିମାଡ କଲେ ଆରପିଏଫ କନେଷ୍ଟବଳ । ଆରପିଏଫ ଏଏସଆଇଙ୍କ ସହ 3 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

RPF constable opened fire inside a moving Train
RPF constable opened fire inside a moving Train

By

Published : Jul 31, 2023, 8:41 AM IST

Updated : Jul 31, 2023, 9:29 AM IST

ମୁମ୍ବାଇ:ଚଳନ୍ତା ଟ୍ରେନରେ ଗୁଳିମାଡ କଲେ ଆରପିଏଫ କନେଷ୍ଟବଳ । ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଗୁଳିମାଡ ହୋଇଥିବା ବେଳେ 4 ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ପାଲଘର ଷ୍ଟେସନ ଛାଡିବା ପରେ ଟ୍ରେନ ଭିତରେ ଗୁଳିମାଡ ହୋଇଥିଲା । ଆରପିଏଫ ଏଏସଆଇଙ୍କ ସହ 3 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ କରିଥିବା ଆରପିଏଫ କନେଷ୍ଟବଳ ହେଉଛନ୍ତି ଚେତନ କୁମାର ଚୌଧୁରୀ । ପୋଲିସ ତାଙ୍କୁ ଗିରଫ କରିବା ସହ ଏକ ବନ୍ଧୁକ ଜବତ କରିଛି । ଗୁଳିମାଡ ପରେ ଦହିସର ରେଲ୍‌ୱେ ଷ୍ଟେସନ ନିକଟରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ ଆରପିଏଫ କନେଷ୍ଟବଳ ଚେତନ କୁମାର ।

ଏହା ମଧ୍ୟ ପଢନ୍ତୁ-Bihar: ବିଜୁଳି ଯୋଗାଣ ଦାବିରେ ଆନ୍ଦୋଳନ ବେଳେ ପୋଲିସର ଗୁଳିମାଡ, 3 ମୃତ ଆଶଙ୍କା

ଚଳନ୍ତା ଟ୍ରେନରେ ଗୁଳିମାଡ:ଆଜି (ଜୁଲାଇ 31) ସକାଳ ସମୟରେ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ଏକ୍ସପ୍ରେସରେ ଗୁଳିକାଣ୍ଡ ଘଟିଥିଲା । ଟ୍ରେନଟି ପାଲଘର ଷ୍ଟେସନ ଛାଡିବା ପରେ ଆରପିଏଫ କନେଷ୍ଟବଳ ଚେତନ କୁମାର ଚୌଧୁରୀ ହଠାତ୍‌ ଗୁଳିମାଡ କରିଥିଲେ । ଏଏସଆଇ ଟିକା ରାମ ମୀନାଙ୍କୁ ଚଳନ୍ତା ଟ୍ରେନରେ ଗୁଳିମାଡ କରିବା ପରେ ଆଉ ଏକ ବଗିକୁ ଯାଇ ତିନି ଜଣ ଯାତ୍ରୀଙ୍କୁ ଗୁଳିମାଡ କରିଥିଲେ । ଏହାପରେ ଦହିସର ଷ୍ଟେସନରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ରେଲୱେ ପୋଲିସ ସହାୟତାରେ ମିରାରୋଡରେ ପୋଲିସ ଆରପିଏଫ କନେଷ୍ଟବଳଙ୍କୁ କାବୁ କରିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ ଏକ ପିସ୍ତଲ ଜବତ କରାଯାଇଛି । ଜୟପୁରରୁ ମୁମ୍ବାଇ ଯାଉଥିବା ଟ୍ରେନରେ ସକାଳ 5ଟା ସମୟରେ ଗୁଳିମାଡ ହୋଇଥିଲା ।

ଗୁଳିମାଡର କାରଣ ଅସ୍ପଷ୍ଟ: ତେବେ କେଉଁ କାରଣକୁ ନେଇ ଆରପିଏଫ କନେଷ୍ଟବଳ ଚେତନ କୁମାର ଚୌଧୁରୀ ଏଏସଆଇ ଟିକା ରାମ ମିନାଙ୍କୁ ଟ୍ରେନ ମଧ୍ୟରେ ଗୁଳିମାଡ କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ ଜାରି ରହିଛି । ପଚରାଉଚରା ପରେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହେବ । ଅନ୍ୟପଟେ ଅନ୍ୟ ମୃତ 3 ଯାତ୍ରୀଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଗୁଳିମାଡରେ କେହି ଯାତ୍ରୀ ଆହତ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଏହି ଘଟଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି,'' ଚଳନ୍ତା ଟ୍ରେନରେ ଚେତନ କୁମାର ଚୌଧୁରୀ ଏସକର୍ଟ ଡ୍ୟୁଟି ଦାୟିତ୍ୱରେ ଥିବା ଏଏସଆଇ ଟିକା ରାମ ମୀନାଙ୍କୁ ଗୁଳି ଚଳାଇଥିଲେ । ଏହାପରେ ଆରପିଏଫ କନେଷ୍ଟବଳ ଜଣଙ୍କ ଅନ୍ୟ ଏକ ବଗିକୁ ଯାଇ ତିନି ଜଣ ଯାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ମୀରା ରୋଡରେ ପୋଲିସ ରେଲଓ୍ବେ ଓ ପୋଲିସ ଓ ଆରପିଏଫ ଅଧିକାରୀଙ୍କ ସହାୟତାରେ କନଷ୍ଟେବଳଙ୍କୁ କାବୁ କରିଥିଲା ।''

Last Updated : Jul 31, 2023, 9:29 AM IST

ABOUT THE AUTHOR

...view details