ଓଡିଶା

odisha

Rozgar Mela: ଆଜି ନିଯୁକ୍ତି ପାଇବେ 70 ହଜାର

By

Published : Jun 12, 2023, 10:11 PM IST

Updated : Jun 13, 2023, 8:46 AM IST

ଦେଶର ନିଯୁକ୍ତି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ରୋଜଗାର ମେଳାର ପରିକଳ୍ପନା କରାଯାଇଥିଲା । ଏହାରି ମାଧ୍ୟମରେ କେନ୍ଦ୍ର ସରକାର ଗୋଟିଏ ବର୍ଷ ମଧ୍ୟରେ 10 ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

ମଙ୍ଗଳବାର ନିଯୁକ୍ତି ପାଇବେ 70 ହଜାର
ମଙ୍ଗଳବାର ନିଯୁକ୍ତି ପାଇବେ 70 ହଜାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଆଜି(ମଙ୍ଗଳବାର) ପୂର୍ବାହ୍ନ ୧୦: ୩୦ରେ 70 ହଜାର ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ କରିବେ । ରୋଜଗାର ମେଳା ମାଧ୍ୟମରେ ଏହି ନିଯୁକ୍ତିପତ୍ର ଆସନ୍ତାକାଲି ବଣ୍ଟନ ହେବ । ପରେ ନୂତନ ଭାବେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ଏହି ରୋଜଗାର ମେଳା ଦେଶର ୪୩ଟି ସ୍ଥାନରେ ଅନୁଷ୍ଠିତ ହେବ । ନିଯୁକ୍ତି ପାଇବାକୁ ଥିବା ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ତଥା ରାଜ୍ୟ ସରକାରଙ୍କ ଅଧୀନରେ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ନିଯୁକ୍ତି ପାଇବେ । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତ ବ୍ୟକ୍ତିମାନେ ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ ଏବଂ ଆକାଉଣ୍ଟସ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟର ବିଭିନ୍ନ ବିଭିନ୍ନ ପଦ ପଦବୀରେ ଯୋଗ ଦେବେ ।

ଦେଶର ନିଯୁକ୍ତି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ରୋଜଗାର ମେଳାର ପରିକଳ୍ପନା କରାଯାଇଥିଲା । ଏହାରି ମାଧ୍ୟମରେ କେନ୍ଦ୍ର ସରକାର ଗୋଟିଏ ବର୍ଷ ମଧ୍ୟରେ 10 ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ସାର୍ଥକ ସୁଯୋଗ ପ୍ରଦାନ କରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ ମୋଡ୍ୟୁଲ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାର ସୁଯୋଗ ପାଇଛନ୍ତି । ଯେଉଁଠାରେ ୪୦୦ ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ‘ଯେକୌଣସି ସ୍ଥାନରେ, କୌଣସି ଉପକରଣ’ ଶିକ୍ଷଣ ଫର୍ମାଟ ପାଇଁ ଉପଲବ୍ଧ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ 2022ଠାରୁ କେନ୍ଦ୍ର ସରକାର ନିଯୁକ୍ତିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ରୋଜଗାର ମେଳାର ଘୋଷଣା କରିଥିଲେ । ଏହାର ଅଧିନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସରକାର ନିଯୁକ୍ତି ଦେଉଛନ୍ତି । ଏଥିପାଇଁ ଚାକିରି ଆଶାୟୀ ସମସ୍ତ ପ୍ରାର୍ଥୀଙ୍କୁ ଚାକିରି ପୂର୍ବରୁ ବିଭିନ୍ନ ପାଠ୍ୟକ୍ରମ ମଧ୍ୟ ଯୋଗାଇ ଦେଉଛନ୍ତି ।

Last Updated : Jun 13, 2023, 8:46 AM IST

ABOUT THE AUTHOR

...view details