ହାଇଦ୍ରାବାଦ:କାଶ୍ମୀର ଭାରତର ଅବିଚ୍ଛେଦ ଅଂଶ । ଏହା ସମସ୍ତ ଭାରତୀୟ ଜାଣିିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀର(pok)କୁ ପୁନଃ ଦଖଲ କରିବା ପାଇଁ ଭାରତ ସରକାର ଉଭୟ ସାମରିକ ଓ କୂଟନୈତିକ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ କାଶ୍ମୀର ପରି ଏକ ଜାତୀୟ ଅଖଣ୍ଡତା ସହ ଜଡିତ ପ୍ରଶ୍ନରେ ବେଙ୍ଗଲ ସରକାର ଶିକ୍ଷା ବୋର୍ଡର ଚରମ ତ୍ରୁଟି ସାମ୍ନାକୁ ଆସିଛି । ଯାହା ବିବାଦ ସୃଷ୍ଟି କରିଛି । ବେଙ୍ଗଲ ମାଧ୍ୟମିକ ଶିକ୍ଷା ବୋର୍ଡ (WBBSE) ଦ୍ବାରା ପ୍ରକାଶିତ ଟେଷ୍ଟପେପର୍ସର ଏକ ପ୍ରଶ୍ନପତ୍ର ସେଟରେ ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଯେଉଁଥିରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ‘ଆଜାଦ କାଶ୍ମୀର’ ବା ସ୍ବାଧୀନ କାଶ୍ମୀରର ଭାବେ ଚିତ୍ରଣ କରାଯାଇଛି । ପ୍ରଶ୍ନପତ୍ରରେ ଏପରି ତ୍ରୁଟି ସମ୍ପର୍ରକରେ ଜଣାପଡିବା ବିବାଦ ଦେଖାଯିବା ସହ ବୋର୍ଡର ଏପରି ଚରମ ଅବହେଳାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଆଗକୁ ମାଧ୍ୟମିକ ପରୀକ୍ଷା ରହିଛି । ପ୍ରତ୍ୟେକ ବର୍ଷ ପରି ଚଳିତଥର ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଟେଷ୍ଟପେପର୍ସ ପ୍ରସ୍ତୁତ କରିଛି । ତେବେ 132 ପୃଷ୍ଠାରେ ଥିବା ଏହି ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକଙ୍କୁ ଚକିତ କରିଛି । ଯେଉଁଥିରେ ପାକ-ଅଧିକୃତ କାଶ୍ମୀରକୁ ଆଜାଦ କାଶ୍ମୀର ଭାବେ ଚିତ୍ରଣ କରିବାକୁ କୁହାଯାଇଛି । ଏପରି ପ୍ରଶ୍ନ ପାଇଁ ବୁଦ୍ଧିଜୀବୀମାନେ ମଧ୍ୟ ବୋର୍ଡର କାର୍ଯ୍ୟଶୈଳୀ ଉପରେ ଆପତ୍ତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।