ଓଡିଶା

odisha

ETV Bharat / bharat

ପ୍ରତିଭାକୁ ମିଳୁଛି ସୁଯୋଗ, ଗ୍ରାମୀଣ ଉଦ୍ଭାବକଙ୍କୁ ଲୋକଲୋଚନକୁ ଆଣୁଛି ପାଲେ ସୃଜନ - Pogula Ganesham

ବଣୁଆ ଘୁଷୁରୀଙ୍କୁ ଘଉଡେଇବାକୁ ଆଲାର୍ମ, ଶୀଘ୍ର ଚାରା ରୋପଣକାରୀ ମେସିନ, ଗାଇ କ୍ଷୀର ଦେବା ମେସିନ୍, ଇଲେକ୍ଟ୍ରିକ୍ ୱାଟର କୁଲର୍, ପଙ୍କଚର୍ ହେଉନଥିବା ମୋଟରସାଇକେଲ୍ ଟ୍ୟୁବ ଏଭଳି ଅନେକ ନୂଆ ଟେକ୍ନୋଲୋଜି ଓ ଏହାର ଉଦ୍ଭାବକୁ ଲୋକଲୋଚନକୁ ଆଣୁଛି ପାଲେ ସୃଜନ ସଙ୍ଗଠନ । ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଏହାର ଲକ୍ଷ୍ୟ ।

ପ୍ରତିଭାକୁ ମିଳୁଛି ସୁଯୋଗ,ଗ୍ରାମୀଣ ଉଦ୍ଭାବକଙ୍କୁ ଲୋକଲୋଚନକୁ ଆଣୁଛି ପାଲେ ସୃଜନ
ପ୍ରତିଭାକୁ ମିଳୁଛି ସୁଯୋଗ,ଗ୍ରାମୀଣ ଉଦ୍ଭାବକଙ୍କୁ ଲୋକଲୋଚନକୁ ଆଣୁଛି ପାଲେ ସୃଜନ

By

Published : Dec 1, 2020, 5:13 PM IST

ହାଇଦ୍ରାବାଦ: ଗାଁ କୋଣରେ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣୁଛି ପାଲେ ସୃଜନ ସଙ୍ଗଠନ । ଗ୍ରାମୀଣ ଉଦ୍ଭାବକଙ୍କ ମୂଳଦୁଆ ସାଜି ଏହା ସ୍ଥିରତା ଓ ସମାନତା ଲକ୍ଷ୍ୟ ସହ ହୋଇଛି ଛିଡା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଏହି ସଙ୍ଗଠନର ପରିଚାଳନା କରାଯାଉଥିଲା ବେଳେ ଏହାର ଲକ୍ଷ୍ୟ ହେଉଛି ଗ୍ରାମୀଣ ଭାରତକୁ ଆର୍ଥିକ ଭାବେ ମଜବୁତ କରିବା । ଗାଁର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ ଓ ଦୀର୍ଘଦିନ ଧରି ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ବ୍ରିଗେଡର ପୋଗୁଲ ଗଣେଶମ ଏହି ସଙ୍ଗଠନର କରିଥିଲେ ସ୍ଥାପନା । ଚାଷ ସମୟରେ କ୍ଷତି ସଙ୍କଟରୁ ଯେପରି ଚାଷୀ ବଞ୍ଚିବ, ସେଥିପାଇଁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ନିବେଶ ଖର୍ଚ୍ଚ କମ କରିବାକୁ ସେ ଦେଉଛନ୍ତି ଗୁରୁତ୍ବ । ଏଇଥିପାଇଁ ସେ କୃଷକ ସମୁଦାୟକୁ ପ୍ରଯୁକ୍ତିବିଦ୍ୟା , ଆଧୁନିକ ମେସିନ ଓ ଉପକରଣ ମୁହାଁ କରିବା ପାଇଁ ଇଚ୍ଛୁକ । ଏଣୁ ସେ ସମସ୍ତ ପ୍ରକାର କାରିଗରୀ , କୃଷକ ଓ ଶ୍ରମିକଙ୍କୁ ଭେଟିବା ପାଇଁ ଦୂର-ଦୂରାନ୍ତର ଯାତ୍ରା କରିଛନ୍ତି । ଏଭଳି ଭାବେ ଗଣେଶମ ଅନେକ ଗ୍ରାମୀଣ ଉଦ୍ଭାବକଙ୍କ ସନ୍ଧାନ କରି ପାଲେ ସୃଜନ ପ୍ଲାର୍ଟଫର୍ମ ଜରିଆରେ ଆଣିଛନ୍ତି ଲୋକଲୋଚନକୁ ।

ପ୍ରତିଭାକୁ ମିଳୁଛି ସୁଯୋଗ,ଗ୍ରାମୀଣ ଉଦ୍ଭାବକଙ୍କୁ ଲୋକଲୋଚନକୁ ଆଣୁଛି ପାଲେ ସୃଜନ

ପାଲେ ସୃଜନ ସଙ୍ଗଠନ ସହ 5 ହଜାରରୁ ଅଧିକ ସ୍ବଂୟସେବକ ଜଡିତ ଅଛନ୍ତି । ଗତ 15 ବର୍ଷରେ 2 ହଜାର ଗ୍ରାମୀଣ ଉଦ୍ଭାବକଙ୍କୁ ଏହି ପ୍ଲାର୍ଟଫର୍ମ ଜରିଆରେ ସାମ୍ନାକୁ ଅଣାଯାଇଛି । ଆଉ ଏହି ସ୍ବଂୟସେବକଙ୍କ ସହଯୋଗରେ ପ୍ରାୟ 200 ନୂଆ ଇନୋଭେସନକୁ କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ 25ଜଣଙ୍କୁ ଆବିଷ୍କାରର ପୂର୍ଣ୍ଣ ଅଧିକାର ପତ୍ର ଦିଆଯାଇଛି । ଏଥିରେ କିଛି ନୂଆ ଇନୋଭେସନକୁ ରାଜ୍ୟ, ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁରସ୍କାର ଓ ପ୍ରଂଶସା ପତ୍ର ମଧ୍ୟ ପ୍ରଦାନ ହୋଇଛି ।

ମାହିପାଳ କୃଷି ଉପକରଣ, ସ୍କୁଟର ଇଞ୍ଜିନରେ ଚାଳିତ 2 ଫୁଟ weeder, ବହୁ ଉଦ୍ଦେଶ୍ୟ seed gorru, ବୁମ୍ ସ୍ପ୍ରେର୍, ବଣୁଆ ଘୁଷୁରୀ ପ୍ରତିରୋଧକ ଆଲାର୍ମ, ଶୀଘ୍ର ଚାରା ରୋପଣକାରୀ ମେସିନ , ପଶୁ ଖତରୁ ପ୍ରସ୍ତୁତ ହାଣ୍ଡି, କାଠ, logs, ବିଲୋପ ପାଇଁ ମୂଳ ଔଷଧ, ସାଇକେଲ୍ ହଳ | କ୍ଷେତ ହଳ ପାଇଁ ସାଇକେଲ , ନଡିଆ ଗଛ ଉପରେ ଚଢିବା ପାଇଁ ଗାଡି, ରୁମ୍ ଏୟାର କ୍ଲିନର୍, ବଡ କୁଲର୍, ଗାଇ କ୍ଷୀର ଦେବା ମେସିନ୍, ଇଲେକ୍ଟ୍ରିକ୍ ୱାଟର କୁଲର୍, ପଙ୍କଚର୍ ହେଉନଥିବା ମୋଟରସାଇକେଲ୍ ଟ୍ୟୁବ ଇତ୍ୟାଦି ପାଲେ ସୃଜନ ପ୍ଲାର୍ଟଫର୍ମ ଜରିଆରେ ସର୍ବସମ୍ମୁଖକୁ ଅଣାଯାଉଛି ।

ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଲକ୍ଷ୍ମୀ ଆସୁ ମେସିନ୍ ଡିଜାଇନର ଚିଣ୍ଟାକିଣ୍ଡି ମଲେସାମଙ୍କ ସଫଳ ଯାତ୍ରାରେ ‘ପାଲେ ସୃଜନ ’ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ଚିଣ୍ଟାଲା ଭେଙ୍କଟାରେଡିଙ୍କ ସଫଳତାର କାହାଣୀରେ ମଧ୍ୟ ସମାନ, ଯିଏ ଚାଷ ପାଇଁ ଜୈବ ପ୍ରଣାଳୀ ବ୍ୟବହାର କରନ୍ତି, ଏବଂ ଏହି ପକ୍ରିୟା ଅଙ୍ଗୁର, ଚାଉଳ ଓ ଗହମ ଉପରେ ଆଶ୍ଚର୍ଯ୍ୟଜନକ ଭାବେ କାମ କରିଥାଏ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ପ୍ରକୃତିପ୍ରେମୀ ଭାନା ରାମାୟାVana Ramayyaଙ୍କ ସଫଳ ଯାତ୍ରାରେ ମଧ୍ୟ ଏହି ସଂଗଠନ ଏକ ପ୍ରମୁଖ ଭୂମିକା ତୁଲାଇଛି । ଗଣେଶମ ଏହିପରି ଗ୍ରାମୀଣ ତାରକାଙ୍କ ସୃଜନଶୀଳତା ଏବଂ ଅଭିନବ ଜ୍ଞାନକୁ ଚିହ୍ନଟ କରିଛନ୍ତି । ଆଉ ସେମାନଙ୍କ ଉଦ୍ଭାବନର ପେଟେଣ୍ଟ ଅଧିକାର ପାଇଁ କେନ୍ଦ୍ରରେ ଆବେଦନ କରିଥିଲେ । ଯାହା ଦ୍ବାରା ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଜରକୁ ଆସିଥିଲେ ।

ପାଲେ ସୃଜନ ପ୍ରତି 2 ମାସରେ ଏକ ପତ୍ରିକା ମଧ୍ୟ ପ୍ରକାଶନ କରିଥାଏ । ଏହାର ନାଁ ‘Grassroots Innovations’ ରହିଛି । ଗଣେଶମ ଏବେ ସୁଦ୍ଧା 2 ତେଲୁଗୁ ରାଜ୍ୟରେ ପ୍ରାୟ 35 ‘Chinna Shodha Yatras’ର ଆୟୋଜନ କରିସାରିଛନ୍ତି । ଏହି ଯାତ୍ରା ସମୟରେ ଗ୍ରାମାଞ୍ଚଳରେ ନୂଆ ଇନୋଭେଟର ଓ ବିଚକ୍ଷଣ ପ୍ରତିଭାର ସନ୍ଧାନ କରାଯାଏ । ପ୍ରାୟ 35 ହଜାର କୃଷକଙ୍କ ଉପରେ ଆଲୋକପାତ କରି ଗଣେଷମ । ଯେଉଁମାନେ ପାରମ୍ପରିକ ଭାବେ ଲୁକାୟିତ ଓ ଉନ୍ନତ ଜ୍ଞାନକୌଶଳର ପ୍ରତିଭାଧାରୀ ସେମାନଙ୍କ ଚିହ୍ନଟ ହୋଇଛି । ଏହି ପ୍ଲାଟଫର୍ମ ମାଧ୍ୟମରେ ଆରମ୍ଭ ହୋଇଥିବା ଉଦ୍ଭାବନରୁ ଉପକୃତ ହୋଇଥିବା 5 ଲକ୍ଷରୁ ଅଧିକ କୃଷକ ଓ ସେମାନଙ୍କ ପରିବାର, ଚାଷ କ୍ଷେତ୍ରରେ ଭଲ ସଫଳତା ହାସଲ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details