ଓଡିଶା

odisha

Delhi Liquor Scam: ସିସୋଦିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ, ୩୧ରେ ଶୁଣାଣି

By

Published : Mar 24, 2023, 8:11 PM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ । ଅଧିକ ପଢନ୍ତୁ

Manish sisodia
Manish sisodia

ନୂଆଦିଲ୍ଲୀ:ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଶୁକ୍ରବାର ଏହି ମାମଲାର ଶୁଣାଣି ଶେଷ ହେବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ରାୟ ପ୍ରକାଶ ହେବ ବୋଲି ଜଣାପଡ଼ିଛି । ସିସୋଦିଆ ଏପର୍ଯ୍ୟନ୍ତ ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିଥିବା ବେଳେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ଗିରଫ କରିଥିଲା ।

ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଦୟନ କୃଷ୍ଣନ, ସିଦ୍ଧାର୍ଥ ଅଗ୍ରୱାଲ ଓ ମୋହିତ ମାଥୁର ଯୁକ୍ତି ବାଢିଥିଲେ । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡ ଶେଷ ହେବା ପରେ ମାର୍ଚ୍ଚ ୨୨ ତାରିଖରେ କୋର୍ଟ ସିସୋଦିଆଙ୍କୁ ୧୪ଦିନ ଲାଗି ନ୍ୟାୟିକ ହେପାଜତକୁ ପଠାଇଥିଲେ । ତେବେ ସେ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି । ସେପଟେ ସିବିଆଇ ମାମଲାରେ ସିସୋଦିଆ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି । ଏବେ ସିସୋଦିଆଙ୍କୁ ତିହାର ଜେଲରେ ରଖାଯାଇଛି ।

ଏହା ବି ପଢନ୍ତୁ- ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ବିରୋଧୀଙ୍କ ମିଳିତ ବିରୋଧ, କହିଲେ ଏହା ଗଣତନ୍ତ୍ରର ହତ୍ୟା

ଅନ୍ୟପଟେ ସିସୋଦିଆଙ୍କ ବିରୋଧରେ ଥିବା ଇଡି ମାମଲାରେ ଆସନ୍ତାକାଲି(ମାର୍ଚ୍ଚ ୨୫) ତାଙ୍କୁ କୋର୍ଟରେ ହାଜର କରାଯିବ । ସୂଚନା ଥାଉ କି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ସିବିଆଇର ରିମାଣ୍ଡ ଶେଷ ହେବା ପରେ ସିସୋଦିଆଙ୍କୁ ନ୍ୟାୟିକ ହେପାଜତରେ ତିହାର ଜେଲକୁ ପଠାଯାଇଥିଲା । ଏହାପରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଙ୍କୁ ଇଡି ଗିରଫ କରିଥିଲା । ତେବେ ଦିଲ୍ଲୀ ସରକାର ୨୦୨୧ ମସିହାରେ ଅବକାରୀ ନୀତି ଲାଗୁ କରିଥିଲେ ।

ଏହି ନିୟମ ଅନୁସାରେ ଦିଲ୍ଲୀ ସରକାର ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିଲେ । ଏହାପରେ ସରକାରୀ ଦୋକାନଗୁଡ଼ିକୁ ବନ୍ଦ କରାଯାଇଥିଲା । ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ଘୋଟାଲା ନେଇ ଅଭିଯୋଗ ଆସିଥିଲା । ଏହାସହ ସିସୋଦିଆ ବାରମ୍ବାର ଏହି ନୀତିରେ ପରିବର୍ତ୍ତନ ଆଣିଥିଲେ । ଯାହାକି ତାଙ୍କର କିଛି ଘନିଷ୍ଠ ବ୍ୟକ୍ତିଙ୍କୁ ଲାଭବାନ କରିବା ଲାଗି ଉଦ୍ଦେଶ୍ୟ ରହିଥିଲା । ଏପରି ଅନେକ ଅଭିଯୋଗ ଆସିବା ପରେ ଉପରାଜ୍ୟପାଳ ସିବିଆଇ ଯାଞ୍ଚ ଲାଗି ଆଦେଶ ଦେଇଥିଲେ । ଅଗଷ୍ଟ ୧୭ ତାରିଖରେ ସିବିଆଇ ଅବକାରୀ ନୀତି ଦୁର୍ନୀତି ମାମଲା ରୁଜୁ କରିଥିଲା ଓ ୧୯ ତାରିଖରେ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଚଢାଉ କରିଥିଲା । ଏହି ମାମଲାରେ ଏଯାବତ ପ୍ରାୟ ୧୦ଜଣଙ୍କୁ ଗିରଫ କରାଯାଇଛି ।

ABOUT THE AUTHOR

...view details