ଓଡିଶା

odisha

ETV Bharat / bharat

Money Laundering Case: ଆଉ 14 ଦିନ ଜେଲରେ ରହିବେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର - ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅଡୁଆରୁ ମୁକୁଳିବେ କଣ ଦିନକୁ ଦିନ ତାଙ୍କ ଅଡୁଆ ବଢିବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କୁ ଆହୁରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଅଧିକ ପଢନ୍ତୁ

ଆଉ 14 ଦିନ ଜେଲରେ ରହିବେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର
ଆଉ 14 ଦିନ ଜେଲରେ ରହିବେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର

By

Published : Jun 13, 2022, 3:10 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଝଟକା ପରେ ଝଟକା ପରେ ଲାଗି ଚାଲିଛି । ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅଡୁଆରୁ ମୁକୁଳିବେ କଣ ଦିନକୁ ଦିନ ତାଙ୍କ ଅଡୁଆ ବଢିବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କୁ ଆହୁରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପୂର୍ବରୁ ଜୁନ୍‌ ୯ ତାରିଖରେ କୋର୍ଟ ତାଙ୍କୁ ଜୁନ୍‌ ୧୩ ଯାଏଁ ଇଡି ହେପାଜତକୁ ପଠାଇଥିଲେ ।

ଏହା ବି ପଢନ୍ତୁ...ବଢିଲା ରିମାଣ୍ଡ, ଜୁନ 13 ଯାଏ ED ହେପାଜତରେ ରହିବେ ସତ୍ୟେନ୍ଦ୍ର

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି । ଏହି ମାମଲାରେ ଇଡି ତାଙ୍କୁ ମେ’ ୩୦ ତାରିଖରେ ଗିରଫ କରିଥିଲା । ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଚଢାଉ ହୋଇଥିଲା । ଚଢ଼ାଉରେ 2.85 କୋଟି ଟଙ୍କା ଏବଂ ମୋଟ 1.80 କିଲୋଗ୍ରାମର 133ଟି ସ୍ବର୍ଣ୍ଣ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା । ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଡୁଆ ଆହୁରି ବଢିଥିଲା । ପୂର୍ବରୁ ଜୁନ 9 ତାରିଖ ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତକୁ ପଠାଇଲେ କୋର୍ଟ । ମାମଲାର ଅଧିକ ତଦନ୍ତ ଆବଶ୍ୟକତା ନେଇ ତାଙ୍କୁ ଇଡି ହେପାଜତକୁ ଆହୁରି 4 ଦିନ ପାଇଁ ପଠାଇଥିଲେ ଏହା ପରେ ପୁଣି ଆଜି 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ସରକାର ଏହାକୁ ଏକ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିବା ସହ ସତ୍ୟେନ୍ଦ୍ର ଜୈନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦଳ ପକ୍ଷରୁ ଏପରି ସମର୍ଥନ ପରେ ବିଜେପି ଓ ଆପ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି ।

ABOUT THE AUTHOR

...view details