ଓଡିଶା

odisha

By

Published : Apr 3, 2023, 8:06 PM IST

ETV Bharat / bharat

Delhi Liquor Scam: ୧୭ ଯାଏଁ CBI ହେପାଜତରେ ଗଲେ ସିସୋଦିଆ

୧୪ ଦିନ ବଢିଲା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ହେପାଜତ ଅବଧି । ୧୭ ଯାଏଁ CBI ହେପାଜତରେ ଗଲେ ସିସୋଦିଆ । ଅଧିକ ପଢନ୍ତୁ

Manish Sisodia
Manish Sisodia

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲା । ପୁଣି ବଢିଲା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ହେପାଜତ ଅବଧି । ଆସନ୍ତା ୧୭ ତାରିଖ ଯାଏଁ ସିବିଆଇ ହେପାଜତକୁ ଗଲେ ସିସୋଦିଆ । ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କୁ ଜାମିନ ନଦେଇ ୧୪ ଦିନ ଲାଗି ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିସୋଦିଆ ଇଡି ମାମଲାରେ ମଧ୍ୟ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି ।

ସିବିଆଇ ଦ୍ବାରା ରୁଜୁ ହୋଇଥିବା ମାମଲାରେ ଗତ ମାର୍ଚ୍ଚ ୩୧ ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା । ଏହି ଘୋଟାଲାରେ ସିସୋଦିଆ ମୁଖ୍ୟ ଅଭିଯୁକ୍ତ ବୋଲି କୋର୍ଟ କହିଥିଲେ । ଗତ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ପ୍ରଥମେ ଗିରଫ କରିଥିଲା ସିସୋଦିଆ । ପୂର୍ବରୁ ସିସୋଦିଆଙ୍କୁ ଜାମିନ ଆବେଦନ ଖାରଜ କରିବା ଲାଗି ସିବିଆଇ କୋର୍ଟରେ ଯୁକ୍ତି ବାଢିଥିଲା । ସିସୋଦିଆଙ୍କୁ ଜାମିନ ଦିଆଗଲେ ସେ ପ୍ରମାଣ ପତ୍ର ନଷ୍ଟ କରିଦେବାର ସମ୍ଭାବନା ରହିଛି । ଏଣୁ ତାଙ୍କୁ ଜାମିନ ପ୍ରଦାନ ନ କରିବା ଲାଗି କୋର୍ଟରେ କହିଥିଲା ସିବିଆଇ । ସେ ପୂର୍ବରୁ ମଧ୍ୟ ପ୍ରମାଣ ନଷ୍ଟ କରିବା ଲାଗି ୧ ବର୍ଷରେ ଅନେକ ମୋବାଇଲ ଫୋନ୍‌କୁ ବଦଳାଉଥିବା କହିଥିଲା ସିବିଆଇ ।

ଏହା ବି ପଢନ୍ତୁ- Delhi Liquor Scam: ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଅନେକ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇ ଲାଇସେନ୍ସ ପ୍ରଦାନ କରିଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଥିଲା । ଏହାସହ ସିସୋଦିଆ କିଛି ବ୍ୟବସାୟୀଙ୍କୁ ଲାଭାନ୍ବିତ କରିବା ଲାଗି ଏହି ନୀତିରେ ବାରମ୍ବାର ପରିବର୍ତ୍ତନ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଦିଲ୍ଲୀ ମୁଖ୍ୟ ସଚିବଙ୍କ ଏକ ରିପୋର୍ଟକୁ ଯାଞ୍ଚ କରିଥିଲେ । ଏହାପରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣି ସିବିଆଇ ଯାଞ୍ଚ ଲାଗି ସୁପାରିଶ କରିଥିଲେ ।

ଏହି ଅଭିଯୋଗ ଆସିବା ପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆମ ଆଦମୀ ପାର୍ଟିର ଅନେକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସିସୋଦିଆଙ୍କୁ ଏନେଇ ପ୍ରାୟ ୮ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ । ଏହାପରେ ଗତ ଫେବୃଆରୀ ୨୬ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଗତ ମାର୍ଚ୍ଚ ୩୧ ତାରିଖରେ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା । ମାର୍ଚ୍ଚ ୨୪ ତାରିଖରେ ଜାମିନ ଆବେଦନର କୋର୍ଟ ଶୁଣାଣି କରି ରାୟକୁ ସଂରକ୍ଷିତ ରଖାଯାଇଥିଲା ।

ABOUT THE AUTHOR

...view details