ରାଞ୍ଚି: ଝାଡଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାସ୍ଥିତ ଘାଟଶିଳା କଲେଜରେ ଅଘଟଣ । ସୋମବାର କଲେଜରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ହଠାତ୍ ଏକ ରକେଟ ବିସ୍ଫୋରଣ ହୋଇଛି । ଏଥିରେ ୮ ଜଣ ଛାତ୍ରଛାତ୍ରୀ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୌତିକ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି ରକେଟଟି ପ୍ରସ୍ତୁତ କରାଯାଇଥିଲା । ତେବେ ରକେଟର ଭୁଲ୍ ବଟନ ଦବାଇବାରୁ ଏହା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
ବିଜ୍ଞାନ ପ୍ରଦର୍ଶନୀରେ ଫାଟିଲା ରକେଟ୍, ଛାତ୍ରଛାତ୍ରୀ ଆହତ - ଝାଡଖଣ୍ଡ ଘାଟଶିଳା କଲେଜରେ ଅଘଟଣ
ବିଜ୍ଞାନ ପ୍ରଦର୍ଶନୀରେ ଫାଟିଲା ରକେଟ୍ । ୮ ଜଣ ଛାତ୍ରଛାତ୍ରୀ ଆହତ । ଅଧିକ ପଢନ୍ତୁ
ଏ ସଂକ୍ରାନ୍ତରେ ଜଣେ ଶିକ୍ଷକ କହିଛନ୍ତି, "ନଫୀସ ଅଖତର, କୁଲସୁମ ପରବୀନ ଏବଂ ଉମେ ଅକ୍କା ନାମକ ଛାତ୍ର ଏହି ରକେଟ ମଡେଲ ପ୍ରସ୍ତୁତ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶନ ପୂର୍ବରୁ ରକେଟର ସଫଳ ପରୀକ୍ଷଣ ମଧ୍ୟ କରାଯାଇଥିଲା । ଏହାପରେ ସୋମବାର ପ୍ରଦର୍ଶନୀକୁ ନିଆଯାଇଥିଲା । ଏହି ରକେଟଟି ଉଡିବା ସହ ଉପରକୁ ଯାଇ ଫାଟିବ ବୋଲ ଶିକ୍ଷାର୍ଥୀମାନେ ଜଣାଇଥିଲେ । ତେଣୁ ଏକ ଖୋଲା ସ୍ଥାନରେ ଏହାର ଉଡାଣ ପାଇଁ ପ୍ରସ୍ତୁତି କରାଯାଉଥିଲା । ଏତିକି ବେଳେ କୌଣସି ଛାତ୍ର ଭୁଲବଶତଃ ରକେଟର ଉଡାଣ ବଟନ ବଦଳରେ ଫାଟିବା ବଟନ ପ୍ରେସ୍ କରିଦେଇଥିଲେ ।"
ଯେଉଁ କାରଣରୁ ମାଟିରେ ହିଁ ରକେଟଟି ଫାଟି ଯାଇଥିଲା । ଫଳରେ ଆଖାପଖରେ ଥିବା ୮ ଜଣ ଛାତ୍ରଛାତ୍ରୀ ଏଥିରେ ଆହତ ହୋଇଥିଲେ । କୁହାଯାଉଛି ଯେ, ଏହି ରକେଟରେ ପୋଟାସିୟମ, ନାଇଟ୍ରେଟ ଓ ସୁଗରର ବ୍ୟବହାର ହୋଇଥିଲା । ଏହାର ଓଜନ ପ୍ରାୟ ୨ କେଜି ରହିଥିଲା ।