ଅମରାବତୀ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଏଲୁରୁ ଆଦିତ୍ୟ ପ୍ରିନ୍ସରେ ନାମକ ଏକ ହୋଟେଲର ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ରୋବର୍ଟ । ଗ୍ରାହକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ପାଇଁ ହୋଟେଲ ତରଫରୁ ଆରମ୍ଭ କରାଯାଇଛି ଏପରି ଏକ ଅଭିନବ ପ୍ରୟାସ । ମନୁଷ୍ୟ କର୍ମଚାରୀଙ୍କ ବଦଳରେ ଗ୍ରାହକଙ୍କୁ ସେବା ଯୋଗାଉଛି ରୋବର୍ଟ । ରୋବଟମାନେ ଗ୍ରାହକଙ୍କୁ ଖାଦ୍ୟ ପରସୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଯେପରି ଓ୍ବେଟରମାନେ ଗ୍ରାହକ ମାନଙ୍କୁ ସ୍ବାଗତ କରିବା ସହ ଖାଦ୍ୟ ପାଇଁ ଅର୍ଡର ଗ୍ରହଣ କରନ୍ତି ଠିକ ସେହିପରି ଢଙ୍ଗରେ କାମ କରୁଛି ରୋବର୍ଟ ।
ଏହି ସେବା ଫଳରେ ହୋଟେଲର ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ଏପରି ଏକ ଅଭିନବ ସେବା ଫଳରେ ଗ୍ରାହକମାନେ ମଧ୍ୟ ଆକୃଷ୍ଟ ହେବାରେ ଲାଗିଛନ୍ତି । ଏହି ରୋବର୍ଟ ସେବାର ମଜା ଉଠାଇବା ପାଇଁ ଗ୍ରାହକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି ।