ଓଡିଶା

odisha

ETV Bharat / bharat

Amit Shah in karnataka: ରୋଡ ସୋ’ରୋ ଭୋଟ ମାଗିଲେ, କଂଗ୍ରେସ ଉପରେ ବର୍ଷିଲେ - କର୍ଣ୍ଣାଟକ ବିଜେପି

କର୍ଣ୍ଣାଟକରେ ପ୍ରଚାର ଅଭିଯାନ ଆରମ୍ଭ କଲେ ଅମିତ ଶାହ । ରୋଡ ସୋ କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ମୁସଲମାନଙ୍କୁ ସଂରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଲେ । ଅଧିକ ପଢନ୍ତୁ

Amit Shah in karnataka: ରୋଡ ସୋ’ରୋ ଭୋଟ ମାଗିଲେ, କଂଗ୍ରେସ ଉପରେ ବର୍ଷିଲେ
Amit Shah in karnataka: ରୋଡ ସୋ’ରୋ ଭୋଟ ମାଗିଲେ, କଂଗ୍ରେସ ଉପରେ ବର୍ଷିଲେ

By

Published : Apr 24, 2023, 10:04 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତାର ପ୍ରଚାର ଅଭିଯାନକୁ ବ୍ୟପକ କରିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ମୁଖ୍ୟ ରଣନୀତିକାର ଅମିତ ଶାହ ଦଳ ପାଇଁ ପ୍ରଚାର କରିଛନ୍ତି । ଆଜି ରୋଡ ସୋ’ କରି ଶାହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟରେ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିବା କଂଗ୍ରେସ ଉପରେ ବର୍ଷିଛନ୍ତି ।

ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ପୂର୍ବରୁ ଶାହ ମହୀଶୂରର ଅଧିଷ୍ଠାତ୍ରୀ ଦେବୀ ମାତା ଚାମୁଣ୍ଡେଶ୍ବୀରଙ୍କ ଦର୍ଶନ କରିଥିଲେ । ସେଠାରୁ ଏକ ହେଲିକପ୍ଟରରେ ସେ ଗୁନ୍ଦୁଲପେଟରେ ପହଞ୍ଚିଥିଲେ । ଦଳ ପକ୍ଷରୁ ଏକ ବିଶାଳ ରାଲିରେ ଅଂଶଗ୍ରହଣ କରିଥିଲେ । ଏଥିରେ ହଜାର ହଜାର ଦଳୀୟକର୍ମୀ ସାମିଲ ହୋଇଥିଲେ । ରୋଡ ସୋ’ ଶେଷ କରିବା ପରେ ସେ ଗୁନ୍ଦୁଲପେଟରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିଥିଲେ । ରାଜ୍ୟରେ ବିଜେପି ସରକାର ଉପଲବ୍ଧି ବଖାଣିବା ସହ ସେ ରାଜ୍ୟରେ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଉପରେ ବର୍ଷିଥିଲେ ।

ଶାହ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶିବ କୁମାରଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିଲେ । ଶିବକୁମାର ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ମୁସଲମାନଙ୍କୁ ସଂରକ୍ଷଣ ଦେବା ନେଇ ଘୋଷଣା କରିଥିଲେ । ଯାହାକୁ ଶାହ କଟାକ୍ଷ କରିବା ସହ କେଉଁ ସମ୍ପ୍ରଦାୟର ସଂରକ୍ଷଣ ପ୍ରତିଶତ ହ୍ରାସ କରି କଂଗ୍ରେସ ମୁସଲମାନଙ୍କୁ ସଂରକ୍ଷଣ ଦେବା କଥା କହୁଛି ବୋଲି ପାଲଟା ପ୍ରଶ୍ନ କରିଥିଲେ ।

ସେହିପରି ଦଳ ଗୁଣ୍ଡୁଲୁପେଟ ଜିଲ୍ଲାରେ ସମସ୍ତ 4 ବିଧାନସଭା ଆସନରେ ବିଜୟୀ ହେବାକୁ ଯାଉଛି କହିବା ଜିଲ୍ଲାବାସୀ ସେମାନଙ୍କ ସ୍ଥାନୀୟ ବିଜେପି ପ୍ରାର୍ଥୀକୁ ବିପୁଳ ପରିମାଣରେ ଭୋଟରେ ବିଜୟୀ କରାନ୍ତୁ ବୋଲି ଶାହ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଦଳର ସ୍ଥାନୀୟ ପ୍ରାର୍ଥୀ ନିରଞ୍ଜନ କୁମାର ମଧ୍ୟ ଉପସ୍ଥିତ ଥିଲେ । ଦଳ ତାଙ୍କୁ ଭୋଟ ଦେଇ ବିଧାସଭା ପଠାଓ ବୋଲି ଶାହ ସଭାମଞ୍ଚରୁ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ ।

ମଦାହାଲ୍ଲୀରୁ ଆରମ୍ଭ ହୋଇ ଗୁଣ୍ଡୁପେଟରେ ଶେଷ ହୋଇଥିବା ଶାହଙ୍କ ରୋଡ ସୋ’ ପ୍ରାୟ 10 ରୁ 12 ହଜାର ଦଳୀୟ କର୍ମୀ ଓ ସମର୍ଥକଙ୍କ ସମାଗମ ହୋଇଥିଲା । ଶାହ ଏକ ଖୋଲା ଗାଡିରେ ସ୍ଥାନୀୟ ପ୍ରାର୍ଥୀ ଓ ଦଳୀୟ ନେତୃତ୍ବଙ୍କ ସହ ରୋଡ ସୋ’ରେ ଅଂଶଗ୍ରହଣ କରିଥିବାର ଦେଖବାକୁ ମିଳିଥିଲା । ଶାହ ଦଳର ପ୍ରଚାର ପାଇଁ 3 ଦିନିଆ କର୍ଣ୍ଣାଟକ ଗସ୍ତ କରିଛନ୍ତି । ଶାହଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।

ଏବେ ବିଜେପି ଶାସନରେ ଥିବା କର୍ଣ୍ଣାଟକରେ କଡା ଟକ୍କର ହେବା ନେଇ ଅନୁମାନ କରାଯାଉଛି । ବଶବରାଜ ବୋମ୍ମାଇଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଥିବା ବେଳେ କଂଗ୍ରେସର ସ୍ଥିତି ମଧ୍ୟ ଏତେଟା ଦୁର୍ବଳ ନାହିଁ । ତେଣୁ ଉଭୟ ପରସ୍ପର ପ୍ରତିଦ୍ବନ୍ଦ୍ବୀ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details