ଓଡିଶା

odisha

ETV Bharat / bharat

ପଥଚାରୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର, 3 ମୃତ - ଝାଡଖଣ୍ଡରେ ସଡକ ଦୁର୍ଘଟଣା

ଝାଡଖଣ୍ଡ ପାଲାମୁରେ 12 ଜଣଙ୍କ ଉପରେ ମାଡିଗଲା କାର । 3ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

big road accident in palamu
big road accident in palamu

By ETV Bharat Odisha Team

Published : Aug 29, 2023, 9:45 AM IST

ରାଞ୍ଚି:ଝାଡ଼ଖଣ୍ଡ ପାଲାମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ 12 ଜଣଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର । 3ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଚେନପୁର ଥାନା ଅଞ୍ଚଳର ବାରାଓରେ । ପୋଲିସ କାର୍‌ର ଡ୍ରାଇଭର ଓ ଏଥିରେ ବସିଥିବା ଯାତ୍ରୀଙ୍କୁ ଗିରଫ କରିଛି । ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ସମସ୍ତେ ଗୋଟିଏ ଗ୍ରାମର ହୋଇଥିବା ସୂଚନା ରହିଛି।

ଏହା ମଧ୍ୟପଢନ୍ତୁ-ମର୍ଣ୍ଣିଂଓ୍ବାକ ବେଳେ ପଛରୁ ମାଡିଗଲା କାର; ମା’ ଓ ଝିଅ ସମେତ 3 ମୃତ

ଡାଲଟୋଙ୍ଗଞ୍ଜ ଗଡୱା ରାସ୍ତାରେ ଏକ କାର ଆସୁଥିଲା, ହଠାତ କାରଟି ଖୀପ୍ର ବେଗରେ ଆସି ପଥଚାରୀଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ରାସ୍ତାରେ ଯାଉଥିବା 12 ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଇଥିଲା । ପରେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇବା ସହ କାର ଡ୍ରାଇଭର ଓ ବସିଥିବା ଯାତ୍ରୀଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଏହା ମଧ୍ୟ ପଢନ୍ତୁ-ବ୍ରେକ୍‌ଫେଲ ହେବାରୁ ୮ ଜଣଙ୍କ ଉପରେ ମାଡିଗଲା କାର, ୨ ମୃତ

ଗତ ଜୁଲାଇ 4 ତାରଖରେ ହାଇଦ୍ରାବାଦ ସହରର ବାନ୍ଦଲାଗୁଡା ଅଞ୍ଚଳରେ ଏକ କାର ମାଡିଯିବାରୁ ମା’ ଓ ଝିଅ ସମେତ 3 ଜଣଙ୍କ ମୃତ୍ୟୁ ହୋଇଥିଲା । ସମସ୍ତେ ମର୍ଣ୍ଣିଂଓ୍ବାକରେ ଯାଇଥିବା ବେଳେ ଏପରି ଘଟଣା ଘଟିଥିଲା। ଦୁର୍ଘଟଣା ସମୟର ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ କଏଦ ମଧ୍ୟ ହୋଇଥିଲା । ଦୁର୍ଘଟଣାର ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଟର୍ଣ୍ଣ ନେବା ସମୟରେ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଚାଲୁଥିବା ପଥଚାରୀଙ୍କ ଉପରେ ମାଡ଼ି ଯାଇଥଲା । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର କାର ସହ ଫେରାର ହୋଇଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ପାର୍କିଂରେ ଶୋଇଥିଲା 3 ବର୍ଷର ଶିଶୁ ମାଡିଗଲା କାର, ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

ଗତ ମାର୍ଚ୍ଚ ମାସରେ ଦିଲ୍ଲୀରେ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡିଯାଇଥିଲା ଏକ ଦ୍ରୁତଗାମୀ କାର । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଥିଲେ । ଦିଲ୍ଲୀର ମଲାଇ ମନ୍ଦିର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ସ୍ଥାନୀୟ ପୋଲିସ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ABOUT THE AUTHOR

...view details