ଓଡିଶା

odisha

ETV Bharat / bharat

ମନ୍ଦିରରୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ୫ ମୃତ, ୧୨ ଆହତ - କ୍ରୁଜର ସହ ଧକ୍କା ହେଲା ଟ୍ରକ

ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ କ୍ରୁଜର ସହ ଧକ୍କା ହେଲା ଟ୍ରକ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମନ୍ଦିରରୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ୫ ମୃତ, ୧୨ ଆହତ
ମନ୍ଦିରରୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ୫ ମୃତ, ୧୨ ଆହତ

By

Published : Sep 9, 2022, 9:53 AM IST

ଜୟପୁର: ରାଜସ୍ଥାନ ନାଗୌର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା(Road Accident in Nagaur) । ଟ୍ରକ ଓ କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁରୁବାର ବିଳମ୍ବିତ ରାତିରେ ନାଗୌର ସ୍ଥିତ ବୁରଡି ଅଞ୍ଚଳ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ରାମଦେବରା ମନ୍ଦିରରୁ ଦର୍ଶନ ସାରି କ୍ରୁଜର ଯୋଗେ ଫେରୁଥିବା ବେଳେ ବାଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିବାର ଜଣାପଡିଛି ।

ସୂଚନା ମୁତାବକ, ସମସ୍ତ ମୃତକ ସିକର ଜିଲ୍ଲାର ଅଟନ୍ତି । ସେମାନେ ଗୁରୁବାର ଦିନ ରାମଦେବରା ମନ୍ଦିରରେ ଦର୍ଶନ କରି କ୍ରୁଜର ଯୋଗେ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ବୁରଡି ନିକଟରେ ଏକ ଟ୍ରକ କ୍ରୁଜର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ରହିଛନ୍ତି । ତେବେ ମୃତକମାନେ ହେଲେ ସିକର ଜିଲ୍ଲାର ରିଙ୍ଗସ ଅଞ୍ଚଳର ୪୦ ବର୍ଷୀୟ ଫୁଲଚନ୍ଦ, ରୋହିତାଶ, କୌଶଲ୍ୟା, ରୁକମା ଏବଂ ୭ ବର୍ଷୀୟ ନାବାଳକ ହେମରାଜ ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କ୍ରୁଜରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପ୍ରୟାସ ପରେ ଗାଡି ଭିତରେ ଫସିଥିବା ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା । ଅନ୍ଧାର ହୋଇଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜି ଥିଲା । ପୋଲିସ ମୋବାଇଲ ଲାଇଟ୍ ମାଧ୍ୟମରେ ଗାଡିରୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ସ୍ଥାନୀୟ ଲୋକେ ମଧ୍ୟ ଏହି କାର୍ଯ୍ୟରେ ପୋଲିସକୁ ସହଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ:ପତ୍ନୀ ହତ୍ୟା ଅଭିଯୋଗରେ ଜେଲରେ ସ୍ୱାମୀ, ବାପ ଘରୁ ମିଳିଲେ ପତ୍ନୀ

ଦିନକ ପୂର୍ବରୁ ରାଜସ୍ଥାନର ସିରୋହି ଜିଲ୍ଲା ଅନ୍ତର୍ଗତ ଆବୁରୋଡ ରିକୋ ପୋଲିସ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ଏକ ଟ୍ୟାଙ୍କର ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଯାତ୍ରା କରୁଥିବା ସମସ୍ତ ୬ ଜଣ ପ୍ରାଣ ହରାଇଥିଲେ ।

ABOUT THE AUTHOR

...view details