ଓଡିଶା

odisha

By ETV Bharat Odisha Team

Published : Nov 14, 2023, 11:00 AM IST

Updated : Nov 14, 2023, 11:15 AM IST

ETV Bharat / bharat

Road Accident: ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍, 6 ମୃତ

ଦ୍ରୁତ ବେଗରେ ଆସି ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍ । 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Muzaffarnagar Road Accident
Muzaffarnagar Road Accident

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗୋଟିଏ କାର୍ ପଛ ପଟୁ ଟ୍ରକକୁ ଧକ୍କା ଦେବାରୁ 6ଜଣଙ୍କର ମୃତ୍ୟୁ ହୋଇଛି । ମୁଜାଫରନଗର ରୋଡରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରଟି ଦିଲ୍ଲୀରୁ ହରିଦ୍ବାର ଯାଉଥିଲା । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ: ଗାଈକୁ ବଞ୍ଚାଇବାକୁ ଖାଇକୁ ଖସିଲା କାର୍: ଗୋଟିଏ ପରିବାରର ୬ ମୃତ

ଭୋର୍ 4ଟା ସମୟରେ କାରଟି ଦ୍ରୁତବେଗରେ ଆସି ଏକ ଚଳନ୍ତା ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା 6 ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଦିଲ୍ଲୀ ଶାହଦରା ବାସିନ୍ଦା ହୋଇଥିବା ପୋଲିସ ସୂଚନା ଦେଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ସେମାନଙ୍କ ପରିବାରକୁ ପୋଲିସ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇଛି । କାରଟି ଦିଲ୍ଲୀରୁ ହରିଦ୍ବାର ଅଭିମୁଖେ ଯାତ୍ରା କରୁଥିଲା । କାରଟି ମୁଜାଫରନଗର ଦେଇ ଯାଉଥିବା ବେଳେ ଛାପର ନିକଟରେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଏହାପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିଲା । କ୍ରେନ ସାହାଯ୍ୟରେ ମୃତଦେହକୁ କାର ମଧ୍ୟରୁ ବାହାରକୁ ଅଣାଯାଇଥିଲା ।

ଏହି ସଡ଼କ ଦୁର୍ଘଟଣା ଦିଲ୍ଲୀ ଡେରାଡୁନ୍ ରାଜପଥରେ ଥିବା ଛାପର ନିକଟରେ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦିଲ୍ଲୀର ଶାହାଦାରେ ରହୁଥିବା 6ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଶିବମ, ପାରଶ, କୁନାଲ, ଧୀରଜ, ବିଶାଲ ଏବଂ ଅନ୍ୟ ଜଣେ ରହିଛନ୍ତି । ଅଗଷ୍ଟ ମାସରେ ଉତ୍ତର ପ୍ରଦେଶର ଶ୍ରାବସ୍ତି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଗୋଟିଏ କାର୍ ଖାଇକୁ ଓଲଟି ପଡିବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ରହିଥିଲେ ।

କାର୍ ଚାଳକ ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍ ଗାଡି ବୁଲାଇ ଦେବାରୁ କାର୍ ଏକ ଗଛରେ ପିଟି ହୋଇ ଖାଇକୁ ଖସି ପଡିଥିଲା । ସେହିପରି ଏପ୍ରିଲ ମାସରେ ଉତ୍ତରପ୍ରଦେଶର ଶ୍ରାବସ୍ତି ଜିଲ୍ଲାର ଇକୌନାରେ ଥିବା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଗୋଟିଏ ଏସୟୁଭି କାର୍ ଗଛରେ ପିଟି ହେବାରୁ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Last Updated : Nov 14, 2023, 11:15 AM IST

ABOUT THE AUTHOR

...view details