ETV Bharat Odisha

ଓଡିଶା

odisha

ETV Bharat / bharat

Zero Nightରେ ମର୍ମନ୍ତୁଦ ଦୁର୍ଘଟଣା, କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୫ ମୃତ - ରାଜସ୍ଥାନ ସଡକ ଦୁର୍ଘଟଣା ଖବର

ଜିରୋ ନାଇଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହନୁମାନଗଡର ମୋଗା ଜାତୀୟ ରାଜପଥରେ କାର-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଲିଭିଗଲା ୫ଜଣଙ୍କ ଜୀବନ ଦୀପ । ଅଧିକ ପଢନ୍ତୁ

accident
accident
author img

By

Published : Jan 1, 2023, 9:27 AM IST

ଜୟପୁର:ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆବର୍ଷ ଦେଖିବା ଆଗରୁ ଆଖି ବୁଜିଲେ ୫ଜଣ । କାର-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କ ମୃତ୍ୟୁ (Car Truck Collision 5 People Died) ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି । ରାଜସ୍ଥାନ ହନୁମାନଗଡର(Road Accident in Hanumangarh) ମୋଗା ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏକ ଇଟା ଭର୍ତ୍ତି ଟ୍ରକ୍ ପଲ୍ଲୁରୁ ସରଦାର ଅଭିମୁଖେ ଯାଉଥିଲା । ଏହି ସମୟରେ ମୋଗା ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରରେ ଥିବା ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛିଜଣକୁ ଗୁରୁତର ଅବସ୍ଥାରେ ପଲ୍ଲୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣକର ସ୍ବାସ୍ଥ୍ୟଅବସ୍ଥା ବିଗିଡିବାରୁ ବୀକାନେର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷ ପୂର୍ବରୁ ଗ୍ରହଣ ଲଗାଇଲା ବାଣ, ବିସ୍ଫୋରଣ ଘଟି ୪ମୃତ

ଏନେଇ ପଲ୍ଲୁଥାନା ଅଧିକାରୀ ଗୋପୀରାମ(Pallu Police Station Officer Gopiram) କହିଛନ୍ତି," ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆହତମାନଙ୍କ ଭିତରୁ ଜଣକର ମୃତ୍ୟୁ ହୋଇଯାଇଥିବା ନେଇ ସ୍ଥାନୀୟ ହସ୍ପିଟାଲ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଟ୍ରକଟି ଅଧିକ ଇଟାଭାର ନେଇ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ କାର ସହ ମୁହାଁମୁହିଁ ହୋଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ଦୁର୍ଘଟଣା ପରେ କାରର କିଛି ଅଂଶ ଛିଟିକି ହୋଇ ପଡିଥିଲା । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ବର୍ତ୍ତମାନ ତଦନ୍ତ ଜାରି ରହୁଛି, ଶୀଘ୍ର ଅପରାଧୀକୁ ଗିରଫ କରାଯିବ । ମୃତକଙ୍କ ପରିବାର ଲୋକେ ଆସିବା ପରେ ମୃତଦେହକୁ ହସ୍ତାନ୍ତର କରାଯିବ ।"

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details