ଓଡିଶା

odisha

By

Published : Aug 11, 2023, 4:29 PM IST

ETV Bharat / bharat

ଘାଇକୁ ଖସିପଡ଼ିଲା ବୋଲେର, 6 ପୋଲିସ କର୍ମୀ ଓ ଡ୍ରାଇଭର ମୃତ

100 ମିଟର ଗଭୀର ଘାଇକୁ ଖସି ପଡ଼ିଲା ବୋଲେର ଗାଡି଼ । ଘଟଣାସ୍ଥଳରେ 6ଜଣ ହିମାଚଳ ପ୍ରଦେଶ ପୋଲିସଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ...

ଗଭୀର ଖାଲକୁ ଖସିପଡ଼ିଲା ବୋଲେର
ଗଭୀର ଖାଲକୁ ଖସିପଡ଼ିଲା ବୋଲେର

ଶିମଲା:ହିମାଚଳ ପ୍ରଦେଶରେ ଦୁର୍ଘଟଣା କମିବାର ନାଁ ଧରୁନି । 100ମିଟର ଗଭୀର ଘାଇକୁ ଖସି ପଡିଲା ବୋଲେର ଗାଡି଼। ଘଟଣାସ୍ଥଳରେ 6ଜଣ ହିମାଚଳ ପ୍ରଦେଶ ପୋଲିସ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲା ତୀସାଠାରୁ ବୈରାଗଡ ଯିବା ରାସ୍ତାରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ଏକ ବୋଲେର ଗାଡ଼ି ଭିତରେ 11 ଜଣ ଲୋକ ବସିଥିଲେ । ସେମାନଙ୍କ ମଧ୍ୟରୁ 9ଜଣ ପୋଲିସ କର୍ମଚାରୀ, ଜଣେ ଗାଡି଼ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଲୋକ ସାମିଲ ଥିଲେ । ତେବେ ବୋଲେର ଗାଡି଼ଟି ଚମ୍ବା ଜିଲ୍ଲା ତୀସାରୁ ବୈରାଗଢ଼କୁ ଯାଉଥିଲା । ଏହି ସମୟରେ ଗାଡିଟି ଅଚାନକ ଭାରସ୍ଯାମ ହରାଇ ଏକ 100 ମିଟର ଗଭୀର ଘାଇ ଭିତରକୁ ଖସି ପଡିଥିଲା । ତେବେ ଘଟଣାସ୍ଥଥଳରେ ହିଁ 6 ଜଣ ପୋଲିସ ସମେତ ଗାଢି ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଗାଡ଼ିରେ ଥିବା ଅନ୍ୟ 3 ଜଣ ପୋଲିସ ସମେତ ଜଣେ ସ୍ଥାନୀୟ ଲୋକ ଗୁରୁତର ଭାବରେ ଆହତ ହେଇଛନ୍ତି । ସେମାନଙ୍କୁ ଜବାହାରଲାଲ ନେହେରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଗୁଜୁରାଟରେ ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକକୁ ପଛପଟୁ ମିନି ଟ୍ରକ ଧକ୍କା ଦେବାରୁ 10 ମୃତ

ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘାଇ ଭିତରୁ ଗାଡି଼କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲା। ଏହା ସହ ଆହତମାନଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା, ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହାପୂର୍ବରୁ ଜୁଲାଇ 27 ତାରିଖରେ ମଧ୍ୟ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ନିକଟବର୍ତ୍ତୀ ସ୍ଥାନରେ ଏକ ବସ୍‌ ଭାରସାମ୍ୟ ହରାଇ ଘାଟିରୁ ଖସି ପଡ଼ିଥିଲା ଫଳରେ 20-23 ଜଣ ଯାତ୍ରୀ ଏଥିରେ ଆହତ ହୋଇଥିଲେ । ଅନ୍ୟପକ୍ଷେ ଗତ ଗୁରୁବାର ରାତିରେ ଏକ ମିନି ଟ୍ରକରେ କିଛି ଯାତ୍ରୀ ଗୁଜୁରାଟର ଚୋଟିଲା ମନ୍ଦିରରେ ଦର୍ଶନ ସାରି ଫେରୁଥିବା ବେଳେ ବାଭଲା- ବାଗୋଦରାରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 10ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details