ଓଡିଶା

odisha

By

Published : Feb 16, 2022, 10:00 AM IST

ETV Bharat / bharat

Accident In Barabanki: କଣ୍ଟେନରକୁ ପଛରୁ ପିଟିଲା କାର, ଗୋଟିଏ ପରିବାରର 6 ମୃତ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Uttar Pradesh Road accident : ଗୋଟିଏ ପରିବାରର ୬ ମୃତ
Uttar Pradesh Road accident : ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି(ବୁଧବାର) ସକାଳ ପ୍ରାୟ ୩ଟା ସମୟରେ ରାମସେନେ ଘାଟ କୋଟୱାଲିର ନାରାୟଣପୁର ଗାଁରେ ଘଟିଛି ଏହି ଛାତିଥରା ଦୁର୍ଘଟଣା ଘଟିଛି ।

କୋଟୱାଲିର ନାରାୟଣପୁର ରାସ୍ତା ଉପରେ ଏକ କଣ୍ଟେନର ଛିଡା ହୋଇଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର କଣ୍ଟେନର ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଏବଂ ସେମାନେ ଗୁଜୁରାଟ ଅହମ୍ମଦାବାଦର ବାସିନ୍ଦା ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details