ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଷ୍ଟାଲିନ, ଆର ଏନ ରବି ରାଜ୍ୟପାଳ ପାଇଁ ଯୋଗ୍ୟ ନୁହନ୍ତି - ତାମିଲନାଡୁ ରାଜନୀତି

ତାମିଲନାଡୁରେ ଉଗ୍ର ହେବାରେ ଲାଗିଛି ରାଜ୍ୟପାଳ-ସରକାର ବିବାଦ । ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ରାଜ୍ୟପାଳ ଏର.ଏନ ରବିଙ୍କ କାର୍ଯ୍ୟକଳାପ ରାଜ୍ୟବାସୀ ଓ ନିର୍ବାଚିତ ସରକାରଙ୍କ ବିରୋଧୀ ବୋଲି କଲେ ଉଲ୍ଲେଖ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଷ୍ଟାଲିନ, ଆର ଏନ ରବି ରାଜ୍ୟପାଳ ପାଇଁ ଯୋଗ୍ୟ ନୁହନ୍ତି
ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଷ୍ଟାଲିନ, ଆର ଏନ ରବି ରାଜ୍ୟପାଳ ପାଇଁ ଯୋଗ୍ୟ ନୁହନ୍ତି

By

Published : Jul 9, 2023, 10:36 PM IST

ଚେନ୍ନାଇ: ତାମିଲନାଡୁରେ ଜାରି ରହିଥିବା ରାଜ୍ୟପାଳ ସରକାର ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି । ରାଜ୍ୟପାଳ ଆର.ଏନ ରବିଙ୍କ କାର୍ଯ୍ୟକଳାପ ଏହା ଦର୍ଶାଉଛି ଯେ, ସେ ରାଜ୍ୟପାଳ ହେବାକୁ ଯୋଗ୍ଯ ନୁହନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟକଳାପ ତାମିଲନାଡୁ ରାଜ୍ୟବାସୀ ଓ ନିର୍ବାଚିତ ସରକାରଙ୍କ ବିରୋଧୀ । ଏପରି ଏକ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦୀର୍ଘ 15 ପୃଷ୍ଠାର ଚିଠି ଲେଖିଛନ୍ତି ।

15 ପୃଷ୍ଠା ବିଶିଷ୍ଟ ଦୀର୍ଘ ଚିଠିରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଉଲ୍ଲେଖ କରିଛନ୍ତି, ରାଜ୍ୟପାଳ ରବିଙ୍କ ଏକାଧିକ କର୍ଯ୍ୟକଳାପ ଏହା ପ୍ରମାଣିତ କରୁଛି ସେ ରାଜ୍ୟପାଳ ପାଇଁ ଯୋଗ୍ୟ ନୁହନ୍ତି । ସେ କ୍ଷମତାର ଅପବ୍ୟବହାର କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ବିଧାନସଭାରେ ପାରିତ ହେଉଥିବା ବିଲ୍‌କୁ ମଧ୍ୟ ଅନୁମୋଦନ ଦେବାରେ ସେ ଅଯଥା ବିଳମ୍ବ କରୁଛନ୍ତି । କେବଳ ବିଲ୍‌କୁ ଅନୁମୋଦନରେ ବିଳମ୍ବ କରୁନାହନ୍ତି ବରଂ ପୂର୍ବ AIDMK ସରକାରରେ ଦୁର୍ନୀତିରେ ସାମିଲ ଥିବା ମନ୍ତ୍ରୀମାନଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଅନୁମତି ଦେଉନାହାନ୍ତି । ପୂର୍ବ ସରକାରର ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ସମ୍ପର୍କରେ ରାଜଭବନକୁ ଫାଇଲ ପଠାଯାଇଛି । ହେଲେ ରାଜ୍ୟପାଳଙ୍କ ଅନୁମୋଦନ ବିଳମ୍ବ କାରଣରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବପର ହୋଇପାରୁନାହିଁ । ରାଜ୍ୟପାଳଙ୍କ କାର୍ଯ୍ୟକଳାପ ରାଜ୍ୟରେ ନିର୍ବାଚିତ ସରକାର ଓ ସରକାରୀ ନୀତି ବିରୋଧରେ କାର୍ଯ୍ୟ କଲା ପରି ଅନୁଭବ ହେଉଛି ।

ସେହିପରି ଷ୍ଟାଲିନ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଓ ପରେ ରାଜ୍ୟପାଳଙ୍କ ଦ୍ବାରା ବରଖାସ୍ତ ହୋଇଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା ରାଜ୍ୟପାଳଙ୍କର ଅସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ବୋଲି ମଧ୍ୟ ଷ୍ଟାଲିନ କହିଛନ୍ତି । ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ତତ୍କାଳୀନ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ରାଜ୍ୟପାଳ ରବି ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିଥିଲେ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ରାଜ୍ୟପାଳ ରବିଙ୍କ ଉପରେ ବର୍ଷିଥିଲେ । ରାଜ୍ୟପାଳ ବିଜେପି କର୍ମୀ ପରି ବ୍ୟବହାର କରୁଛନ୍ତି କହିଥିଲେ ଷ୍ଟାଲିନଙ୍କ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ:-ରାଜ୍ୟପାଳ-ସରକାର ବିବାଦ: ମିଳିତ ଷ୍ଟ୍ରାଟେଜି ପାଇଁ ଷ୍ଟାଲିନଙ୍କ ସହ କଥା ହେଲେ ମମତା

ଦୀର୍ଘ ଦିନ ହେବ ରାଜ୍ୟପାଳ ଓ ଷ୍ଟାଲିନ ସରକାର ମଧ୍ୟରେ ବିବାଦ ଲାଗି ରହିଛି । କେବଳ ତାମିଲନାଡୁ ନୁହେଁ ବରଂ ଏକାଧିକ ଅଣବିଜେପି ଶାସିତ ରାଜ୍ୟରେ ସମାନ ସଙ୍କଟ ଜାରି ରହିଛି । କେରଳ, ପଶ୍ଚିମବଙ୍ଗ, ଦିଲ୍ଲୀ ପରି ରାଜ୍ୟରେ ମଧ୍ୟ ନିର୍ବାଚିତ ସରକାର ଓ ରାଜଭବନ ମଧ୍ୟରେ ବିବାଦ ଜାରି ରହିଛି । ଯାହା ବେଳେବେଳେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details