ପାଟନା:ସରଗରମ ରହିଛି ବିହାର ରାଜନୀତି । ଏଠାକାର ବିଜେପି-ଜେଡିୟୁ ମେଣ୍ଟରେ ସୃଷ୍ଟି ଫାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । କୌଣସି ମୂହୁର୍ତ୍ତରେ ବିହାରରେ ଭାଙ୍ଗିପାରେ ମେଣ୍ଟ ସରକାର । ଆଜି ଜେଡିୟୁ ସୁପ୍ରିମ ନୀତିଶ କୁମାର ବିଜେପି ସହ ମେଣ୍ଟରୁ ଅଲଗା ହେବା ନେଇ ବଡ ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟ ରାଜନୀତିରେ ଏପରି ସଙ୍କଟ ମଧ୍ୟରେ ବିରୋଧି ଦଳ ନେତା ତଥା ରାଷ୍ଟ୍ରୀୟ ଜନତା ଦଳ(RJD) ବିଧାୟକ ତେଜସ୍ବୀ ଯାଦବ ଆଜି ବିଧାୟକ ଦଳ ବୈଠକ ଡାକିଛନ୍ତି ।
ଆଜି ଦିନ ୧୧ଟା ସମୟରେ ପାଟନା ସ୍ଥିତ ପାର୍ଟି ମୁଖିଆ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ଜେଡିୟୁ ସହ ସରକାର ଗଠନ କରିବାକୁ ତେଜସ୍ବୀ ନିଜର ବିଧାୟକମାନଙ୍କ ସହ ବିଚାର ବିମର୍ଷ କରିବେ ବୋଲି କୁହାଯାଉଛି । ଏହି ବୈଠକରେ ସାମିଲ ହେବା ପାଇଁ ଆରଜେଡି ବିଧାୟକ ଏବଂ ନେତାମାନେ ଲାଲୁଙ୍କ ବାସଭବନରେ ପହଞ୍ଚିବା ଆରମ୍ଭ କରିଛନ୍ତି । ତେବେ ବୈଠକରେ ସାମିଲ ହେବାକୁ ଥିବା ସମସ୍ତ ବିଧାୟକଙ୍କ ମୋବାଇଲ ବୈଠକ ଗୃହ ବାହାର ରଖାଯିବ ବୋଲି ସୂଚନା ମିଳିଛି ।