ଡେରାଡୁନ:ଉତ୍ତରାଖଣ୍ଡରେ ଓଡିଶା ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ। ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲାର ଋଷିକେଶରେ ଗତବର୍ଷ ୯ ଡିସମ୍ବରରେ କୃଷ୍ଣାନଗର ଅଞ୍ଚଳରେ ଏକ ଝୁପୁଡି ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ହତ୍ୟାକାରୀ ହେଉଛି ମୃତ ମହିଳାଙ୍କ ସ୍ବାମୀ । ହତ୍ୟା ପରେ ସ୍ବାମୀ ମହିଳାଙ୍କ ମୃତଦେହକୁ ଏକ ଝୁପୁଡି ଘରେ ଫିଙ୍ଗି ଦେଇଥିଲା। ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତେବେ ପରେ ଅଭିଯୁକ୍ତ ଜଣକ ନିଜର ପୂର୍ବ ସ୍ତ୍ରୀଙ୍କୁ ଭେଟିବାକୁ ଋଷିକେଶରେ ପହଞ୍ଚିଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା ।
ତେବେ ଏ ସମସ୍ତ ଘଟଣାକୁ ନେଇ ଦେହାତ ଏସପି କମଲେଶ ଉପାଧ୍ୟୟ ଏହି ହତ୍ୟା ମାମଲାର ଖୁଲାସା କରିଛନ୍ତି । ଗତବର୍ଷ ଡିସମ୍ବରରେ କୃଷ୍ଣାନଗର ଅଞ୍ଚଳରେ ଏକ ଝୁପୁଡି ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାର ତଦନ୍ତ ପରେ ଜଣାପଡିଛି ଯେ ମହିଳା ଜଣଙ୍କ ନାମ ହେଉଛି ଆରତୀ (Aarti murder case) । ସେ ଓଡିଶାର କଟକ ଜିଲ୍ଲାର ବୋଲି ପରିଚୟ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ମହିଳାଙ୍କୁ ଗଳାଚିପି ହତ୍ୟା କରାଯାଇଛି । ପୋଲିସ ଅଭିଯୁକ୍ତ ସ୍ବାମୀ ସଞ୍ଜୟ କୁମାର ଭରଦ୍ବାଜଙ୍କୁ ଗିରଫ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଜଣକ ନିଜ ପତ୍ନୀକୁ ହତ୍ୟା କରିଥିବା ସ୍ବୀକାର କରିଛି।