ଓଡିଶା

odisha

ETV Bharat / bharat

ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କଠୁ ଅଧିକ ଋଷି ଓ ଅକ୍ଷତାଙ୍କ ସମ୍ପତ୍ତି - ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କ ସମ୍ପତ୍ତି

ଇମ୍ଫୋଟେକ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ଋଷି ସୁନକ । ତେବେ ଏହି ଦମ୍ପତ୍ତିଙ୍କ ସମ୍ପତ୍ତି ମିଶାଇଲେ ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କଠାରୁ ଅଧିକ ହେବ । ଅଧିକ ପଢ଼ନ୍ତୁ

Rishi Sunak Akshata Murtys combined property double of king charles iii
ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କଠାରୁ ଅଧିକ ଋଷି ଓ ଅକ୍ଷତାଙ୍କ ସମ୍ପତ୍ତି

By

Published : Oct 25, 2022, 6:22 PM IST

ଲଣ୍ଡନ:ବ୍ରିଟେନ୍‌ର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ନେଇଛନ୍ତି ଭାରତୀୟ ବଂଶୋଦ୍ଭୋବ ଋଷି ସୁନକ । ଭାରତ ଟପ୍‌ IT କମ୍ପାନୀ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ଋଷି ସୁନକ । ତେବେ ଏହି ଦମ୍ପତିଙ୍କ ସମ୍ପତ୍ତି ମିଶାଇଲେ ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କଠାରୁ ଅଧିକ ହେବ ।

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବେ ୪୨ ବର୍ଷୀୟ ଋଷି ସୁନକ । ଋଷି ସୁନକ ଦାୟିତ୍ବ ନେବା ପରେ ଅନେକ ଗୁଡ଼ିଏ ରେକର୍ଡ ସୃଷ୍ଟି ହେବ । ପ୍ରଥମ ଭାରତୀୟ ବଂଶୋଦ୍ଭୋବ, ପ୍ରଥମ ହିନ୍ଦୁ ତଥା ପ୍ରଥମ କୃଷ୍ଣକାୟ ପ୍ରଧାନମନ୍ତ୍ରୀ ହୋଇ ବ୍ରିଟେନର ଭାଗ୍ୟ ନିର୍ଦ୍ଧାରଣ କରିବେ ଋଷି ସୁନକ ।

ଋଷି ସୁନକଙ୍କ ପତ୍ନୀ ହେଉଛନ୍ତି ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି । ନାୟାରାଣ ମୂର୍ତ୍ତିଙ୍କୁ ଭାରତର ବିଲ୍‌ ଗେଟ୍‌ସ୍‌ ମଧ୍ୟ ଆଖ୍ୟା ଦିଆଯାଏ । ସେ ପ୍ରତିଷ୍ଠା କରିଥିବା IT କମ୍ପାନୀ ଇମ୍ଫୋଟେକ୍‌ର ୦.୯୧ ପ୍ରତିଶତ ସେୟାର ବା ଅଂଶ ଝିଅ ଅକ୍ଷତା ମୂର୍ତ୍ତିଙ୍କ ପାଖରେ ରହିଛନ୍ତି । ଆଜିର ତାରିଖରେ ଏହି ସେୟାରର ମୂଲ୍ୟ ୩୦ ହଜାର ମିଲିୟନ ପାଉଣ୍ଡ ହେବ ।

ଋଷି ଓ ଅକ୍ଷତାଙ୍କ ଆମଦାନୀକୁ ମିଶାଇଲେ ମୋଟ ସମ୍ପତ୍ତି ପାଖାପାଖି ୭୩୦ ମିଲୟନ ପାଉଣ୍ଡ ହେବ । ଯାହା ରାଜା କିଙ୍ଗ୍ ଚାର୍ଲ୍ସ ତୃତୀୟ ତାଙ୍କ ପତ୍ନୀ କାମିଲାଙ୍କ ୩୦୦ ମିଲିୟନ୍‌ ସମ୍ପତ୍ତିର ଦୁଇଗୁଣା ହେବ । ବିଶ୍ବର ବିଭିନ୍ନ ସ୍ଥାନରେ ଋଷି ସୁନାକଙ୍କ ସମ୍ପତ୍ତି ରହିଛି ଏହାର ଆନୁମାନିକ ମୂଲ୍ୟ ୧୫ ମିଲିୟନ ପାଉଣ୍ଡ ହେବ । ୧୯୮୦ରେ ସାଉଥହମ୍ପଟନ୍‌ରେ ଜନ୍ମ ଗ୍ରହଣ କରିଥିଲେ ଋଷି ସୁନାକ । ତାଙ୍କ ବାପା ମାଆ ପୂର୍ବ ଆଫ୍ରିକାରୁ ୟୁନାଇଟେଡ୍‌ କିଙ୍ଗଡମ୍‌ ଚାଲି ଯାଇଥିଲେ । ବାପା ଜଣେ ଡାକ୍ତର ଥିବା ବେଳେ ମାଆ ଏକ ଔଷଧ ଦୋକାନ ଚଳାଉଥିଲେ । ଋଷି ଯେଉଁ କଲେଜରେ ପାଠ ପଢ଼ୁଥିଲେ ସେଠାରେ ବର୍ଷକୁ ୪୩୩୩୫ ପାଉଣ୍ଡ ପଢ଼ା ଖର୍ଚ୍ଚ ଦେଉଥିଲେ ।

ଏହାପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ରାଜନୀତି, ମନୋବିଜ୍ଞାନ ଓ ଅର୍ଥନୀତି ପାଠ ପଢ଼ି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାପରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଏମ୍‌ବିଏ ଡିଗ୍ରୀ ହାସଲ କରିଥିଲେ । ଯେଉଁଠି ସେ ଅକ୍ଷତା ମୂର୍ତ୍ତିଙ୍କୁ ଦେଖିଥିଲେ । ୨୦୦୯ରେ ବେଙ୍ଗାଲୁରୁରେ ଋଷି ସୁନକଙ୍କ ସହ ଅକ୍ଷତାଙ୍କ ବିବାହ ହୋଇଥିଲା ।

ABOUT THE AUTHOR

...view details